‌ସ୍ୱର୍ଗତ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ଶ୍ରାଦ୍ଧ ଦିବସରେ ସ୍ମୃତି ଚାରଣ ସଭା ଓ ବିଷୁବ କବିତା ଆସର

ଭଞ୍ଜନଗର, (ସନ୍ତୋଷ ଜେନା): ସମ୍ବାଦ ସାହିତ୍ୟ ଘର,ଭଞ୍ଜନଗର ତରଫରୁ ଘୁମୁସରର ବିଶିଷ୍ଟ ଜ୍ୟୋତିର୍ବିଦ,ସାହିତ୍ୟିକ ତଥା ଭଞ୍ଜ ଗବେଷକ ‌ସ୍ୱର୍ଗତ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତି ଚାରଣ ସଭା ଓ ବିଷୁବ କବିତା ଆସର କାର୍ଯ୍ୟକ୍ରମ କୋଭିଡ କଟକଣା ପାଳନ ପୂର୍ବକ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭା ଗୃହରେ ଆୟୋଜିତ ହୋଇଯାଇଛି । ଏଥିରେ ସମ୍ବାଦ ସାହିତ୍ୟ ଘର ଭଞ୍ଜନଗରର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବାବେଳେ ,ଉପସଭାପତି ତଥା ବରିଷ୍ଠ ପ୍ରଧାନ ଶିକ୍ଷକ ନେତାଜୀ ବିଷୋୟୀ,ଦୁଇ ଜଣ ଉପଦେଷ୍ଟା ସମାଜସେବୀ ଶୂଳପାଣୀ ଶତପଥୀ ଏବଂ ଭଞ୍ଜଗବେଷକ ମନୁନନ୍ଦ ପତି, ବରିଷ୍ଠ ସଦସ୍ୟ ତଥା ଏ.ବି.ଇ.ଓ ଜଗବନ୍ଧୁ ଜେନା,ସଂପାଦକ ତଥା ବରିଷ୍ଠ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା,ସହ ସଂପାଦକ ଅଧ୍ୟାପକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ପ୍ରମୁଖ ମଞ୍ଚାସୀନ ରହି ପଣ୍ଡିତ ଶ୍ରୀଧର ଶତପଥୀଙ୍କ ସ୍ମୃତି ଚାରଣ କରିବା ସହ ନିଜସ୍ବ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ତଥା ସି.ଆର୍.ସି.ସି ତ୍ରିନାଥ ବେହେରା,ସାଂସ୍କୃତିକ ସଂପାଦକ ଅଧ୍ୟାପକ ଅଶୋକ କୁମାର ‌ସ୍ୱଇଁ,ଅଧ୍ୟାପିକା ସୁଜାତା ସିଂ, ସଦସ୍ୟା ଶୁଭସ୍ମିତା ଦାଶ, ସଦସ୍ୟ ସୁଦାମ ଦଳବରା,ଡାକ୍ତର ସିମାଞ୍ଚଳ ପତି,ଅରୁଣାଞ୍ଚଳ ପତି,ଅଧ୍ୟାପକ ଗଙ୍ଗାଧର ଦାଶ,ବାଳକୃଷ୍ଣ ପଟ୍ଟନାୟକ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ମହାନ୍ତି, ସଙ୍ଗଠନ ସଂପାଦକ ତଥା ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ସଦସ୍ୟ ଶଙ୍କର୍ଷଣ ତ୍ରିପାଠୀ,ସଂସ୍କୃତି ଗବେଷକ ସୁରେନ୍ଦ୍ରନାଥ ଶତପଥୀ,ସଦସ୍ୟ ସୁରେଶ ଚନ୍ଦ୍ର ସ୍ବାଇଁ,ସାଂସ୍କୃତିକ କଳାକାର ଜଗଦୀଶ ପାଣିଗ୍ରାହୀ,ସଦସ୍ୟା ଉଷ୍ମିତା ମଞ୍ଜରୀ ମିଶ୍ର, ସଦସ୍ୟ ଗୌରୀନନ୍ଦନ ହୋତା,ସଦସ୍ୟା ସୁଜାତା ଦାଶ,ସଦସ୍ୟା ରାଜଲକ୍ଷ୍ମୀ ସାହୁ,ସି.ଆର୍.ସି.ସି ନାରାୟଣ ମହାପାତ୍ର,ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ସ୍ମୃତି ଚାରଣ କରିଥିଲେ । ଉଷ୍ମିତୀ ମଞ୍ଜରୀ ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବାବେଳେ ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ ସଭାର ସଂଯୋଜନା କରିଥିଲେ । ଏହି ଅବସରରେ ଉପଦେଷ୍ଟା ତଥା ବିଶିଷ୍ଟ ଭଞ୍ଜ ଗବେଷକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମନୁନନ୍ଦ ପତିଙ୍କୁ ପଣ୍ଡିତ ଶ୍ରୀଧର ଶତପଥୀ ସ୍ମୃତି ଫାଉଣ୍ଡେସନ ତରଫରୁ ଶ୍ରୀଧର ସ୍ମୃତି ସମ୍ମାନ-୨୦୨୧ ପ୍ରଦାନ କରାଯାଇଥିଲା । ପଣ୍ଡିତ ଶ୍ରୀଧର ଶତପଥୀଙ୍କ ସୁପୁତ୍ର ସୁରେନ୍ଦ୍ରନାଥ ଶତପଥୀ ଏଥିରେ ସହଯୋଗ କରିଥିଲେ । ପବିତ୍ର ପଣା ସଂକ୍ରାନ୍ତୀ ହେତୁ ପଣା ବଣ୍ଟନ ସହ ଓଡିଆ ନବ ବର୍ଷ ପାଳନ କରାଯିବା ସହ ବିଷୁବ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶେଷରେ ବରିଷ୍ଠ ସଦସ୍ୟ ରବି ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ