ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ପକ୍ଷରୁ କୋରନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

କୋରନା ସଚେତନତାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର, (ସନ୍ତୋଷ ଜେନା): ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ ଠାରେ ମଙ୍ଗଳବାର ନନ୍ଦିନୀ ଶତପଥୀ ସୃତି ସଂସଦ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୃତି ସଂସଦ ସଭାପତି ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ,ସମ୍ପାଦକ ବାବୁଲା ପ୍ରଧାନ,ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡ଼.ନିଳାଞ୍ଚଳ ମୁନି,ସାମାଜିକ କର୍ମୀ ଶୂଳପାଣି ଶତପଥୀ, ପଞ୍ଚାନନ ପାଳ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କୋର ନା ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ମାନବ ସମାଜ ପ୍ରଭାବିତ ହୋଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଙ୍କ ସହଯୋଗରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନ ସମସ୍ତେ କୋରନା ଯୋଦ୍ଧା ଭାବେ ରହି ଜନସାଧାରଣ ଙ୍କ ପାଇଁ ଉଭା ହୋଇଛନ୍ତି। ସେହିପରି ଏହି ମହାମାରୀ ସମୟରେ ପ୍ରତିକୂଳ ପରିସ୍ଥିତି ସତ୍ୱେ ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ମାନେ ଅନବରତ ଖବର ପ୍ରସାରିତ ଓ ପ୍ରକାଶିତ କରିବା ସହ ଜନସାଧାରଣ ଙ୍କୁ ସଚେତନତା ଜାରି ରଖିଛନ୍ତି। ଏଭଳି ମହାମାରୀ ସମୟରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କୋରନା ମହାମାରୀ ସମୟରେ ସାମ୍ବାଦିକ ଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କହିବା ସହ ପୋଲିସ ଓ ପ୍ରଶାସନ କୁ ସହଯୋଗ କରି ସଚେତନତା ସୃଷ୍ଟି କରିଥିବାରୁ ସେ ପ୍ରଶଂସା କରିଥିଲେ। ଏଥି ସହିତ କୋରନାର ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ପାର୍କ ମାନଙ୍କୁ ୭ ଦିନ ବନ୍ଦ କରାଯାଇଛି। ସମସ୍ତ ନିୟମ ପାଳନ କରି ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ନନ୍ଦିନୀ ଶତପଥୀ ସୃତି ସଂସଦ ପକ୍ଷରୁ ଭଞ୍ଜନଗର ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ସାମ୍ବାଦିକ ଙ୍କୁ ଗୋଟିଏ ଡୋରି ବାନ୍ଧି ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଲୋକନାଥ କର,ରବୀନ୍ଦ୍ର ପାତ୍ର, ଦିଲ୍ଲୀପ ଚାୱଡା,ରବୀନ୍ଦ୍ର ଗୌଡ଼, ପ୍ରଦୀପ ସ୍ୱାଇଁ,ନେତାଜୀ ବିଷୋୟୀ, ପ୍ରେମଜିତ ପଟ୍ଟନାୟକ,ବିଶ୍ୱମ୍ଭର ଜେନା,ରବୀନ୍ଦ୍ର ପ୍ରଧାନ,ଶିବ ଶଙ୍କର ଦାସ,ନିଳାଞ୍ଚଳ ଖାଡେଙ୍ଗା,ପ୍ରିତମ ମହାପାତ୍ର, ନିରଂଜନ ପ୍ରଧାନ, ଅଜିତ କୁମାର ଦାସ, ରାଜେଶ କୁମାର ପଣ୍ଡା,ରତ୍ନାକର ସାହୁ,ଜଗନ୍ନାଥ ଦାସ,ସୁଶାନ୍ତ ସାହୁ,ଧନଞ୍ଜୟ ପଟ୍ଟନାୟକ, ନଚିକେତା ପ୍ରଧାନ,ମନୋଜ କର,ଭବାନୀ ଶଙ୍କର ପାଳ,ଜଗନ୍ନାଥ ସାହୁ,ବବି ରଥ,ସନ୍ତୋଷ କୁମାର ଜେନା,ଆଶିଷ କୁମାର ଗୌଡ଼, ନିଲୁ ବିଷୋୟୀ, ଜୟକୃଷ୍ଣ ପଟ୍ଟନାୟକ, ମନୋଜ କୁମାର ଗୌଡ଼, ଜଗନ୍ନାଥ ପ୍ରଧାନ,ରଞ୍ଜନ ସ୍ୱାଇଁ,ସମୀର କୁମାର ମହାପାତ୍ର, ଜିତେନ୍ଦ୍ର ସେଠୀ ପ୍ରମୁଖ ଙ୍କୁ ଉପଢୋକନ ଓ ମାନପତ୍ର ଦେଇ କୋରନା ମହାମାରୀ ସମୟରେ ଉତ୍ସଗୀକୃତ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହିତ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ୨ଛାତ୍ର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହେଣ୍ଡ କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା ସାମ୍ବାଦିକ ବାବୁଲା ପ୍ରଧାନ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ