ଗୃହ ମନ୍ତ୍ରଣାଳୟ ପକ୍ଷରୁ ୯ଆତଙ୍କବାଦୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ଏବଂ ଶକ୍ତିଶାଳୀ ନେତୃତ୍ଵରେ କେନ୍ଦ୍ର ସରକାର ଅଗଷ୍ଟ ୨୦୧୯ରେ ବେଆଇନ ଗତିବିଧି (ନିଷେଧ) ଆଇନ, ୧୯୬୭ରେ ସଂଶୋଧନ କରିଥିଲେ। ଏହି ସଂଶୋଧନ ବଳରେ ବେଆଇନ କାର୍ଯ୍ୟକଳାପ କରୁଥିବା କୌଣସି ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଭାବେ ମାନ୍ୟତା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ଏଥିପୂର୍ବରୁ କେବଳ ସଂଗଠନଗୁଡ଼ିକୁ ଆତଙ୍କବାଦୀ ସଂଗଠନ ମାନ୍ୟତା ଦେବାର ବ୍ୟବସ୍ଥା ରହିଥିଲା। ବେଆଇନ ଗତିବିଧି ନିଷେଧ ଆଇନ ସଂଶୋଧନ ଉପରେ ଗତବର୍ଷ ସଂସଦରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଅଭିଭାଷଣ ରଖିଥିଲେ। ଆତଙ୍କବାଦ ବିରୋଧରେ ମୋଦୀ ସରକାରଙ୍କ କଠୋର ଆଭିମୁଖ୍ୟକୁ ସେ ଦୃଢ଼ ଭାବେ ବ୍ୟକ୍ତ କରିଥିଲେ ଏବଂ ଏହି ପ୍ରସଙ୍ଗରେ ରାଷ୍ଟ୍ରର ସଂକଳ୍ପକୁ ସ୍ପଷ୍ଟ ଭାବେ ଦୋହରାଇଥିଲେ। ସେପ୍ଟେମ୍ବର ୨୦୧୯ରେ ଆଇନରେ ଏହି ସଂଶୋଧନ ଲାଗୁ ହେବା ଫଳରେ କେନ୍ଦ୍ର ସରକାର ୪ ଜଣ ଆତଙ୍କବାଦୀ- ମୌଲାନା ମସୁଦ ଆଝାର, ହାଫିଜ ସୟିଦ, ଜାକି-ଉର-ରେହମାନ ଲଖଭୀ ଏବଂ ଦାଉଦ ଇବ୍ରାହିମକୁ ଆତଙ୍କବାଦୀ ମାନ୍ୟତା ଦେଇଥିଲେ। ରାଷ୍ଟ୍ରୀୟ ସୁରକ୍ଷା ଏବଂ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଲାଗି ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇ ଆଜି ଗୃହମନ୍ତ୍ରୀ ଶାହଙ୍କ ନେତୃତ୍ଵରେ ୯ ଜଣ ଆତଙ୍କବାଦୀଙ୍କ ନାମ ଘୋଷଣା କରାଯାଇଛି। ବେଆଇନ ଗତିବିଧି ନିଷେଧ ଆଇନ ଅନୁଯାୟୀ ନିମ୍ନୋକ୍ତ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ମାନ୍ୟତା ଦିଆଯିବା ସହ ଏହି ଆଇନର ଚତୁର୍ଥ ଅନୁସୂଚୀରେ ସେମାନଙ୍କ ନାମକୁ ସାମିଲ କରାଯାଇଛି। ସେମାନ ୱାଧୱା ସିଂ ବାବର : ପାକିସ୍ତାନରେ ଅବସ୍ଥାପିତ ଆତଙ୍କବାଦୀ ସଂଗଠନ “ବାବର ଖାଲସା ଇଣ୍ଟରନ୍ୟାସନାଲ”ର ମୁଖ୍ୟ। ଲଖବୀର ସିଂ : ପାକିସ୍ତାନରେ ଅବସ୍ଥାପିତ ଆତଙ୍କବାଦୀ ସଂଗଠନ “ଇଣ୍ଟରନ୍ୟାସନାଲ ଶିଖ ୟୁଥ ଫେଡେରେସନ”ର ମୁଖ୍ୟ। ରଞ୍ଜିତ ସିଂ : ପାକିସ୍ତାନରେ ଅବସ୍ଥାପିତ ଆତଙ୍କବାଦୀ ସଂଗଠନ “ଖଲିସ୍ତାନ ଜିନ୍ଦାବାଦ ଫୋର୍ସ”ର ମୁଖ୍ୟ। ପରମଜିତ ସିଂ : ପାକିସ୍ତାନରେ ଅବସ୍ଥାପିତ ଆତଙ୍କବାଦୀ ସଂଗଠନ “ଖଲିସ୍ତାନ କମାଣ୍ଡୋ ଫୋର୍ସ”ର ମୁଖ୍ୟ। ଭୂପିନ୍ଦର ସିଂ ଭିଣ୍ଡା : ଜର୍ମାନୀରେ ଅବସ୍ଥାପିତ “ଖଲିସ୍ତାନ ଜିନ୍ଦାବାଦ ଫୋର୍ସ”ର ଜଣେ ସକ୍ରିୟ ସଦସ୍ୟ। . ଗୁରମିତ ସିଂ ବାଗ୍ଗା : ଜର୍ମାନୀରେ ଅବସ୍ଥାପିତ “ଖଲିସ୍ତାନ ଜିନ୍ଦାବାଦ ଫୋର୍ସ”ର ଜଣେ ସକ୍ରିୟ ସଦସ୍ୟ . ଗୁରପଟୱନ୍ତ ସିଂ ପାନ୍ନୁନ : ଆମେରିକାରେ ଅବସ୍ଥାପିତ ବେଆଇନ ସଂଗଠନ “ଶିଖ ଫର ଜଷ୍ଟିସ”ର ଜଣେ ଗୁରୁତ୍ଵପୂର୍ଣ୍ଣ ସଦସ୍ୟ। ହରଦୀପ ସିଂ ନିଜ୍ଜାର : କାନାଡାରେ ଅବସ୍ଥାପିତ “ଖଲିସ୍ତାନ ଟାଇଗର ଫୋର୍ସ”ର ମୁଖ୍ୟ। ପରମଜିତ ସିଂ : ଇଂଲଣ୍ଡରେ ଅବସ୍ଥାପିତ ଆତଙ୍କବାଦୀ ସଂଗଠନ “ବାବର ଖାଲସା ଇଣ୍ଟରନ୍ୟାସନାଲ”ର ମୁଖ୍ୟ। ଏହି ବ୍ୟକ୍ତିବିଶେଷମାନେ ସୀମାପାର ଏବଂ ବିଦେଶ ମାଟିରେ ରହି ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଏମାନେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ ଓ ସମ୍ପୃକ୍ତି ମାଧ୍ୟମରେ ଦେଶବିରୋଧୀ କାର୍ଯ୍ୟକଳାପ ଚଳାଇଛନ୍ତି। ଏମାନେ ପଞ୍ଜାବରେ ଆତଙ୍କବାଦକୁ ପୁନର୍ଜିବିତ କରିବା ଲାଗି ଚେଷ୍ଟା କରି ଲଗାତାର ଭାବେ ଦେଶରେ ଅସ୍ଥିରତା ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରିଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ