ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଉନ୍ମୋଚିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡିଆ ଇ-ପତ୍ରିକା ଶୁଭପଲ୍ଲବର ୨୦ଶ ସଂସ୍କରଣ ଗତ ନଭେମ୍ବର ୧ ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସମୁଦାୟ ୨୫ଟି ବଛା ବଛା ଓଡିଆ ଗପ, କବିତା, ରୋଷେଇ ଟିପ୍ସ, ସାକ୍ଷାତକାର ଆଦିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସଂସ୍କରଣଟିର ସଂପାଦନା କରିଛନ୍ତି ତାପସ ରଂଜନ ଓ ସଂଗ୍ରାମ କେଶରୀ ସେନାପତି । ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡିଆ ଗ୍ରାଫିକ୍ସ୍ ଡିଜାଇନର ସମ୍ବିତ୍ ଦାସ ଏହି ପତ୍ରିକାର ଅଳଙ୍କରଣ କାର୍ଯ୍ୟ କରିଛନ୍ତି । ଏହି ସଂସ୍କରଣରେ ଓଡିଆ କଳାକାର ସ୍ୱରାଜ ବାରିକଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଛି । ଯେଉଁଥିରେ ସ୍ୱରାଜ ସଂଗ୍ରାମଙ୍କର କେତୋଟି ପ୍ରଶ୍ନରେ ତାଙ୍କ ଅଭିନୟ ଜୀବନ ଆରମ୍ଭରୁ ନାୟକ ହେବା ପର୍ଯ୍ୟନ୍ତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରସିଦ୍ଧ ଓଡିଆ ଖଳନାୟକ ସମରେଶ ରାଉତରାୟ, ଅଭିନେତ୍ରୀ ପୁପୁଲ ଭୂୟାଁ, ଜାଙ୍କଲିନ୍ ପରିଡା ଆଦି କଳାକାରଙ୍କର ସାକ୍ଷାତକାର ପ୍ରକାଶ ପାଇଥିଲା । ଏହି ପତ୍ରିକାଟି ଶୁଭପଲ୍ଳବର ଓଡିଆ ୱେବ୍ ସାଇଟ୍ ଶୁଭପଲ୍ଲବ ଡଟ୍ ଇନ୍ ଏବଂ ମାଗଣାରେ ପଢିବା ପାଇଁ ବିଶ୍ୱ ସ୍ତରୀୟ ରିଡିଂ ୱେବ୍ ସାଇଟ ମ୍ୟାଗ୍‌ଷ୍ଟାରରେ ଉପଲବ୍ଧ ହେଉଛି । ୨୦୧୮ ମସିହାରେ ସଂଗ୍ରାମ କେଶରୀ ସେନାପତିଙ୍କ ଦ୍ୱାରା ସ୍ଥାପିତ ଏହି ପତ୍ରିକାଟିର ୱେବ୍ ପୋର୍ଟାଲ୍ ଏବେ ଓଡିଆ ସମେତ ହିନ୍ଦୀ, ଇଂରାଜୀ, ତେଲଗୁ, ବଙ୍ଗଳା, ପଞ୍ଚାବୀ, ସଂସ୍କୃତ ଆଦିରେ ଉପଲବ୍ଧ । ଏହା ବ୍ୟତୀତ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଗପ, କବିତା, ଗୀତ, ନୀତିବାଣୀ ଆଦିକୁ ନେଇ ଶୁଭପଲ୍ଲବ-ଶିଶୁ ରାଇଜ ନାମକ ୱେବ୍ ପୋର୍ଟାଲ ମଧ୍ୟ କରାଯାଇଛି । ଗତ ଦୁର୍ଗା ପୂଜା ଅବସରରେ ଶୁଭପଲ୍ଳବ ପ୍ରକାଶନୀ ଏହି ନୂଆ ପତ୍ରିକା ଶୁଭୋଦୟ ମଧ୍ୟ ପ୍ରକାଶ ପାଇବା ଆରମ୍ଭ କରିଛି । ବିଗତ ନୀଳାଦ୍ରି ବିଜେରୁ ଏହି ସଂସ୍ଥାର ଅନ୍‌ଲାଇନ୍ ଇ-କମର୍ସ ଷ୍ଟୋର, ଶୁଭପଲ୍ଲବ ଷ୍ଟୋର ମଧ୍ୟ କାର୍ଯ୍ୟ କରି ଆସୁଛି । ଯେଉଁଥିରେ ଓଡିଶାର ବିଭିନ୍ନ ଦ୍ରବ୍ୟ ସମେତ କିଛି ଓଡିଆ ପୁସ୍ତକ ଉପଲବ୍ଧ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ