ନିୟୁ ଦିଶା ହୋଟେଲରେ ଅଗ୍ନିକାଣ୍ଡ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ମୁଣ୍ଡାଳୋ ବଜାରରେ ଥିବା ନିୟୁ ଦିଶା ହୋଟେଲରେ ବୁଧବାର ସକାଳୁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅଷ୍ପଷ୍ଟ ରହିଥିବା ବେଳେ ହୋଟେଲରେ ଥିବା ସମସ୍ତ ଆସବାବପତ୍ର ପୋଡି ଯାଇଛି । ଅଗ୍ନିକାଣ୍ଡରେ ହୋଟେଲର ସହାୟକ ମିଟୁ ଚନ୍ଦ୍ର ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସିତ କରାଯାଉଛି । ଖବର ପାଇ ନାଉଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ଗାଡି ପହଂଚି ନିଆଁକୁ ଆୟତ କରିଥିବା ଜଣାଯାଇଛି ।ନିଆଁ ଆୟତ ହେବା ବେଳକୁ ଦୋକାନଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ଦୋକାନରେ ଆନୁମାନିକ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଥିବା ହୋଟେଲର ମାଲିକ ଦୀପକ ବାରିକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ