ବିଜୁ ବାବୁଙ୍କ ତିରୋଧାନ ଦିବସରୁ ଆରମ୍ଭ ହେଲା ବିଜେଡିର ପ୍ରଚାର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବିଜେଡି ଦଳ ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସରୁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବାଲିଗୁଡା ନିର୍ବାଚନ ମଣ୍ଡଳି ର କୋଟଗଡ ବ୍ଲକ ଅନ୍ତର୍ଗତ ପାରିଗଡ ଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସକାଳୁ ବାଲିଗୁଡା ବରାଳଦେବୀ ମନ୍ଦିର ପରିସରରୁ ନିର୍ବାଚନ ମଣ୍ଡଳି ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡା ଏନଏସି ଓ ସମସ୍ତ ପଂଚାୟତର ସକ୍ରିୟ କର୍ମି ମାନେ ଏକତ୍ରିତ ହୋଇଥିଲେ ଓ ଏହି ସ୍ଥାନକୁ କନୁଆଗାଁ ବ୍ଲକର କର୍ମିମାନେ ଏକତ୍ରିତ ହୋଇ ବିଶାଳ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ପାରିଗଡ ଅଭିମୁଖେ ବାହାରି ଥିଲେ । ସେଠାରେ ପହଁଚିବା ପରେ କୋଟଗଡ ଓ ତୁମୁଡିବନ୍ଧ ବ୍ଲକ ତରଫରୁ ସଂଯୋଜକ ଟୁନା ଦାସ. ଜିଲ୍ଲା ପରିଷଦ ଅଧକ୍ଷ ନନ୍ଦିନୀ ମଳିକ,ବିଧାୟକ ପାର୍ତୀି ଚକ୍ରମଣି କହଁର.ପର୍ଯ୍ୟବେକ୍ଷକ ଅଜୟ ମହାରଣାଙ୍କୁ ଉତୋରିଅ ଫୁଲୋତୋଡା ଦେଇ ପାଛୋଟି ନେଇଥିଲେ ।ସେଠାରେ ପହଁଚିବା ପରେ କୋଟଗଡ ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ,କୋଟଗଡ ସାଂସଦ ପ୍ରତିିନିଧି ମନୋଜ ସାବତ ଓ ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଉପସ୍ଥିତ ରହି ପ୍ରବାଦ ପୁରୁଷ ସ୍ୱର୍ଗତ ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ଅବସରରେ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ । ଉପସ୍ଥିତ ହଜାରହଜାର ଜନ ସାଧାରଣଙ୍କୁ ଟୁନା ଦାସ କହିଥିଲେ ଯେ ଏହି ପାରିଗଡର ମା ପାଟଖଣ୍ଡାମନ୍ଦିର ଅବହେଳିତ ହୋଇପଡିରହିଥିଲା ଏହାକୁ ନେଇ ସାଂସଦ ପ୍ରତିନିଧି ମନୋଜ ସାବତ ଓ ଗ୍ରାମବାସୀ ମିଶି ମତେ ଜଣାଇବାରୁ ମୋନିଜସ୍ୱ ପକେଟ ଖର୍ଚ୍ଚରୁ ଦୁଲକ୍ଷ ଟଙ୍କା ଦେଇଛି । ପାରିଗଡରାଣିପାଙ୍ଗା ଓ ପକାରୀ ତିନୋଟି ପଂଚାୟତର ଉନ୍ନତି କରିବା ଦାୟୀତ୍ୱ ମୁଁ ନେଉଛି । ଆସନ୍ତା ସାଧାରଣ ନିର୍ବାଚନ ରେ ସାଂସଦ ପାର୍ଥୀ ଡ ଅଚ୍ୟୁତ ସାମନ୍ତ ଓ ବିଧାୟକ ପାର୍ଥୀ ଚକ୍ରମଣି କହଁରଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ମୋହର ମାରି ଜୟଯୁକ୍ତ କରିବାକୁ ଅନୁରୋଧ କରୁଛି । ମୁଖ୍ୟମନ୍ତ୍ରୀ ଆମ ଅଂଚଳକୁ ରାସ୍ତାଘାଟ ସହ ସମସ୍ତ ଯୋଜନା କରିଛନ୍ତି । ତେଣୁ ଷଷ୍ଠଥର ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆର୍ଶିବାଦ ଓ ଭଲପାଇବା ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୁର୍ବତନ ବିଧାୟକ ରାଜୀବ ପାତ୍ର,ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ,ବିଧାୟକ ପ୍ରତିନିଧି ଅବନିକାନ୍ତ ନାୟକ,ଲୋନାଥ ପାଡୀ,ଏମଡି ସାବେଜ,ଏସକେସୋନୁ ଏବଂ ବାଲିଗୁଡା ନିର୍ବାଚନ ମଣ୍ଡଳିର ଚାରୋଟି ବ୍ଲକର କର୍ମିନେତା ସାମିଲ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ