ଫଳଚାଷରେ ଉଚ୍ଚସାନ୍ଦ୍ରତା ରୋପଣ ନେଇ ସେଞ୍ଚୁରିୟାନ ଛାତ୍ରୀଙ୍କ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥ‌ିବା ସେଞ୍ଚୁରିୟାନ ଅଧୂନସ୍ଥ ସ୍ବାମୀନାଥନ ଅଫ ଏଗ୍ରିକଲ୍‌ଚରର ଛାତ୍ରୀମାନେ ଫଳ ଚାଷରେ ଉଚ୍ଚ ସାନ୍ଦ୍ରତା ରୋପଣକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୋଷାଣି ବ୍ଲକ ଅନ୍ତର୍ଗତ ପାଟିକୋଟା ଗ୍ରାମର ଚାଷୀଙ୍କୁ ଉଚ୍ଚ ସାନ୍ଦ୍ରତା ରୋପଣ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ସାନ୍ଦ୍ରତା ରୋପଣର ଅର୍ଥ ହେଉଛି ଫଳର ଗୁଣକୁ ପ୍ରଭାବିତ ନ କରି ପ୍ରତି ୟୁନିଟରେ ସମାନ ପ୍ରଜାତିର ଉଭିଦ ସଂଖ୍ୟା ବୃଦ୍ଧି କରିବା. ଏହା ଦ୍ବାରା କ୍ଷେତ ପ୍ରତି ଉତ୍ପାଦନ ଏବଂ ଅମଳ ବୃଦ୍ଧି କରେ, ଏହା ପରିବେଶ ପାଇଁ ଅନୁକୂଳ ରହେ। ଜମି ଏବଂ ସମ୍ବଳର ବ୍ୟବହାର, ଜଳ ଏବଂ ସାର, ଦକ୍ଷ କୀଟ ନାଶ ଶକ ପ୍ରୟୋଗ ଆଦି ସମ୍ପର୍କରେ ଝାଇଥିଲେ । ଏହା ସହ ଉଚ୍ଚସାନ୍ଦ୍ରତା ରୋପଣର ଗର ମୂଳ ଉଦ୍ଦେଶ୍ୟ ହେଉଛି ଫଳ ଗୁଣକୁ ଗୁଣକୁ ପ୍ରଭାବିତ ନ କରି ଶାକାହାରୀ ଏବଂ ଉତ୍ପାଦନ ଅଭିବୃଦ୍ଧିକୁ ସନ୍ତୁଳିତ କରି ଆବଶ୍ୟକ ଉତ୍ପାଦନ ଆବଶ୍ୟକତା ପୂରଣ କରିବା । କୃଷି ବିଦ୍ୟାଳୟର ଛାତ୍ରୀ ଜି. ଶ୍ରୀଲକ୍ଷ୍ମୀ, ଟି. ନବ୍ୟା, ଏଲ.ଐଶ୍ବର୍ଯ୍ୟ, ଟି. ଶ୍ରାବଣୀ ପ୍ରମୁଖ ଛାତ୍ରୀ ଚେତନତା କାର୍ଯ୍ୟକ୍ରମରେ ସାମିଲ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ