ବର୍ଷିୟାନ ବାମପନ୍ଥୀ ନେତାଙ୍କ ପରଲୋକ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍‌) : ବର୍ଷିୟାନ ବାମପନ୍ଥୀ ନେତା ସାଥୀ ବଳରାମ ଦାସ(୭୫)ଙ୍କର ଆଗରପଡାସ୍ଥିତ ବାସଭବନରେ ଗୁରବାର ସକାଳେ ପରଲୋକ ଘଟିଛି । ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଚାଷୀ, ମୂଲିଆ ଓ ଶ୍ରମଜୀବି ଲୋକଙ୍କ ପାଇଁ କରି ଆସୁଥିଲେ । ତାଙ୍କ ବିୟୋଗରେ ବନ୍ତ ଅଞ୍ଚଳର ଗରିବ ଜନସାଧାରଣଙ୍କର ଅପୁରଣୀୟ କ୍ଷତି ହୋଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ବନ୍ତ ଜୋନ୍ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଜୋନ୍ ସଂପାଦକ ରମେଶ ଜେନା, ନିରଂଜନ ନାୟକ, ପରମେଶ୍ୱର ବାରିକ, ଫକୀର ଚରଣ ବିଶ୍ୱାଳ, କିଶୋର ବେହେରା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ଏଥିସହ ତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯିବା ସହ ଶ୍ରଦ୍ଧାଞ୍ଜଳ ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ