ସୁନ୍ଦରୀ ଝିଅଙ୍କୁ ବିବାହ ଲାଗି ମିଳନ୍ତିନାହିଁ ପୁଅ

ଏମିତି ଏକ ଗାଁ ଅଛି ଯେଉଁଠି ଝିଅମାନଙ୍କ ଲାଗି ବିବାହ କରିବା ସବୁଠାରୁ ଜଟିଳ ସମସ୍ୟା । ସେଠାରେ ଝିଅମାନେ ସୁନ୍ଦରୀ ହୋଇଥିଲେ ସୁଦ୍ଧା ସେମାନଙ୍କୁ ବିବାହ ନିମନ୍ତେ ପୁଅ ମିଳନ୍ତି ନାହିଁ । ଏହା ପଛରେ ଥିବା କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ।
ବ୍ରାଜିଲର ନୋଇଡ଼ାରେ ବାସ କରୁଥିବା ଗାଁରେ ଏଭଳି ସମସ୍ୟା ଦେଖାଯାଏ । ଉକ୍ତ ଗାଁର ୨୦ରୁ ୩୫ ବର୍ଷୀୟ ଝିଅ ସବୁଠାରୁ ସୁନ୍ଦରୀ ହୋଇଥିଲେ ମଧ୍ୟ ସେମାନଙ୍କୁ ବିବାହ କରିବାକୁ କୌଣସି ପୁଅ ମିଳି ନ ଥାନ୍ତି । କାରଣ ଗାଁର ଅଧିକାଂଶ ପୁଅ ସହର ଚାଲିଯିବା ଫଳରେ ଗାଁକୁ ସମୃଦ୍ଧ କରିବା ଦାୟିତ୍ୱ ଝିଅଙ୍କ ଉପରେ ଥାଏ । ସେଥିପାଇଁ ସେ ବିବାହ କରି ଗାଁ ଛାଡ଼ି ଯିବାକୁ ପ୍ରସ୍ତୁତ ହୋଇ ନ ଥାନ୍ତି । ଗାଁରେ ଯୁବକଙ୍କ ସଂଖ୍ୟା ଝିଅମାନଙ୍କ ତୁଳନାରେ କମ୍ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କିଏ ବିବାହିତ ତ ଅନେକ ପୁଅଙ୍କ ବୟସ ଝିଅଙ୍କ ତୁଳନାରେ କମ୍ ହୋଇଥାଏ । ଏଠାକାର ଝିଅ ଚାହାନ୍ତି ଯେ ସେମାନଙ୍କୁ ଯିଏ ବିବାହ କରିବ ସେ ସେମାନଙ୍କ ସହିତ ସେମାନଙ୍କ ଗାଁରେ ରହିବ । ଫଳରେ ସୁନ୍ଦରୀ ହୋଇଥିଲେ ମଧ୍ୟ ସେମାନଙ୍କୁ କେହି ବିବାହ କରିବାକୁ ପ୍ରସ୍ତୁତ ହୋଇ ନ ଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ