ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ଭୋଟର୍ ଦିବସ

ଗଂଜାମ ,(ଯୁଗାବ୍ଦ ନ୍ୟୁଜ୍‌)ଆଜି ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ଜାତୀୟ ଭୋଟର୍ ଦିବସ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ରଙ୍ଗନାଥ କାନୁନ୍ ଗୋ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଭାରତରେ ଜଣେ ମତ ଦାତାଙ୍କ ଗଣତନ୍ତ୍ରରେ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଏହି ଦିବସ ଅବସରରେ ଏକ ସଚେତନତା ରାଲିର ଆୟୋଜନ କରିଥିଲେ ।ଏହି ରାଲିରେ ଛାତ୍ର ଛାତ୍ରୀ ବୁଲି ସାଧାରଣ ମତ ଦାତାଙ୍କୁ ଏହି ବିଷୟରେ ମୂଳ ଲକ୍ଷ୍ୟ ବିଷୟରେ ସଚେତନ କରିଥିଲେ ।ମହାବିଦ୍ୟାଳୟର ଅଡିଟୋରୀୟମ୍ ରେ ଜାତୀୟ ଭୋଟର୍ ଦିବସ ସମ୍ପର୍କିତ ଏକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।ଏଥିରେ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରଫେସର୍ ନରସିଂହ ମିଶ୍ର ଏହି ବର୍ଷର ମୁଖ୍ୟ ବିଷୟ ବସ୍ତୁ ଦୃଢ଼ ଗଣତନ୍ତ୍ର ନିମନ୍ତେ ନିର୍ବାଚନ ସାକ୍ଷରତା ନିହାତି ଆବଶ୍ୟକ ସମ୍ପର୍କେ କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଅମର ପ୍ରସାଦ ବିଶୋୟୀ ,ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ଏହି କାର୍ଯ୍ୟରେ ଯୋଗଦେଇ ଆଜିର ଗଣତନ୍ତ୍ରରେ ଭୋଟର୍ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।ମହାବିଦ୍ୟାଳୟର ଏନ୍ ଏସ ଏସ ଅଧିକାରୀ ଡ଼. ଦୁର୍ଯୋଧନ ଜେନା ଏହି ଦିବସର ଆବଶ୍ୟକତା ସମ୍ପର୍କରେ ବୁଝାଇ ଅଧିକା ସଂଖ୍ୟାରେ ଭୋଟର୍ ଭୋଟ ଦାନ ସମୟରେ ସାମିଲ ହେବା ଆବଶ୍ୟକତା ଥିବା ବିଷୟରେ କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମ ରାଜନୀତି ବିଜ୍ଞାନ ବିଭାଗ ଓ ଏନ୍ ଏସ ଏସ ୟୁନିଟ୍-୧ ଦ୍ଵାରା ଆୟୋଜିତ କରାଯାଇଥିଲା ।ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଶପଥ ପାଠ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ