ଏମସ୍ ରେ ଭର୍ତ୍ତି ହେଲେ ରଞ୍ଜନ

ହାଟଡ଼ିହି,,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ସର୍ଭ ଫର ପିପୁଲର ସହଯୋଗରେ ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ବେଲଦା ଗ୍ରାମର ରମେଶ ଓଝା ଓ ମାଳତୀ ଓଝାଙ୍କ ୧୬ବର୍ଷର ପୁଅ ରଞ୍ଜନଙ୍କୁ ଦୀଲ୍ଲିର ଏମସ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ରଞ୍ଜନ ‘ଆରଟେରୀଓଭେନସ ମାଲଫରମେସନ’ ଭଳି ଏକ ବିରଳ ରୋଗରେ ପିଡିତ ହୋଇ ଦୀର୍ଘଦିନ ହୋଇ କଟକ ବଡଡାକ୍ତରଖାନା,ଆପୋଲ ଓ ଭୁବନେଶ୍ୱର ଏମସ୍ ରେ ଚିକିତ୍ସିତ ହୋଇ ନିରାଶ ହେବାପରେ ସର୍ଭ ଫର ପିପୁଲର ସହଯୋଗରେ ତାକୁ ଦିଲ୍ଲୀର ଏମସ୍ ହସପିଟାଲରେ ଆଜି ଭର୍ତ୍ତି କରାଯାଇଛି । ସର୍ଜରୀ ବିଭାଗର ଡାକ୍ତର ଶୌଭିକ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏଠାରେ ଚିକିତ୍ସା ପାଇଁ ୧୩ରୁ ୧୫ଲକ୍ଷ ଖର୍ଚ୍ଚ ହେବ ବୋଲି ଡାକ୍ତରଖାନା ସୁତ୍ରରୁ କୁହାଯାଇଥିବା ସର୍ଭଫର ପିପୁଲର ପ୍ରତିଷ୍ଠାତା ଚନ୍ଦ୍ରମୌଳି ମହାନ୍ତି ପ୍ରକାଶ କରିଛନ୍ତି । ରଞ୍ଜନଙ୍କ ପାଖରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ଚିନ୍ମୟ କୁମାର ଜେନା ଉପସ୍ଥିତ ରହି ସେବା ଶୁଶ୍ରୁସା କରୁଛନ୍ତି । ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ପକ୍ଷରୁ ସହାୟତା କରାଯାଉଥିବାବେଳେ ରଞ୍ଜନଙ୍କ ବାପା ମା ବହୁତ ଗରିବ ଶ୍ରେଣୀର ହୋଇଥିବାରୁ ଓ ପୁର୍ବରୁ ପୁଅର ଚିକିତ୍ସା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରି ଥିବାରୁ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବପର ନୁହଁ । ଏବେ ପୁଅକୁ ଭଲ କରିବା ପାଇଁ ତାଙ୍କ ପାଖରେ ସମ୍ବଳ ନଥିବାରୁ ଯଦି ଆଉ କେହି ସ୍ୱେଚ୍ଛାସେବୀ ସଂଗଠନ ରଞ୍ଜନର ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାନ୍ତେ ତେବେ ଏଭଳି ଏକ ଦୁରାରୋଗ୍ୟରୁ ରଞ୍ଜନଙ୍କୁ ଭଲ କରାଯାଇ ପାରନ୍ତା ବୋଲି ଚନ୍ଦ୍ରମୌଳି ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ