ଡେଲାଙ୍ଗ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍):ଡେଲାଙ୍ଗ ଥାନା ପକ୍ଷରୁ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଶନିବାର ଡେଲାଙ୍ଗ ହାଟ ବଜାର ଓ ବାୟାବଜାର ସହିତ ବିଭିନ୍ନ ଛକରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଡେଲାଙ୍ଗରେ ସୁରୁଖୁରୁରେ ନିର୍ବାଚନ ଶେଷ କରିବା ପାଇଁ ସ୍ୱତନ୍ତ ନଜର ରଖାଯାଇଛି । ଏସଡିପିଓ ଦେବଦତ୍ତ ବରାଳଙ୍କ ତତ୍ତ୍ୱାବଧାନରେ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ବିଭିନ୍ନ ଛକବଜାରରେ ଫୋର୍ସ ନେଇ ଫ୍ଲାଗମାର୍ଚ୍ଚ କରିଥିଲେ ।