ବିଦ୍ୟାଳୟରେ ଅଘଟଣ: ସ୍କୁଲ ଫାଟକ ଭୁଶୁଡ଼ି ୪ଆହତ, ୨ ଗୁରୁତର

କୋରାପୁଟ, ୦୬/୦୮/୨୬ (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କସନ୍ଦିପଞ୍ଚାୟତର କାଲାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଅଭାବନିୟ ଘଟଣା ଘଟିଛି। ବିଦ୍ୟାଳୟର ଲୁହା ଫାଟକ ଓ ସିମେଣ୍ଟ ପାଚେରି ଭୁଶୁଡ଼ି ପଡ଼ିବାରୁ ୪ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କାମେଶଖିଲ ଓ ଦୀପକମାଝି ଗୁରୁତର ଆହତ ହୋଇଥିବାବେଳେ ଧନେଶମୁଦୁଲି ଓ ରୁଦ୍ରପାଙ୍ଗି ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବିଦ୍ୟାଳୟ ଶିକ୍ଷତ୍ରି ରାଜଲକ୍ଷ୍ମୀ ତ୍ରିପାଠି କହିଛନ୍ତି ।ସ୍ତାନୀୟ ଲୋକଙ୍କ କହିବା ଅନୁଯାୟୀ ଛାତ୍ରମାନେ ସକାଳେ ୯ ୩୦ ମିନିଟ ରେ ବିଦ୍ୟାଳୟକୁ ଆସି ଫାଟକ ଦେଇ ଭିତରକୁ ପ୍ରବେଶ କରୁଥିବା ବେଳେ ଦୁର୍ବଳ ଅବସ୍ଥାରେ ଥିବା ଲୁହା ଫାଟକ ସହ ସିମେଣ୍ଟ ପାଚେରି ହଠାତ୍ ଭୁଶୁଡ଼ି ପଡ଼ିଥିଲା ଏଥିରେ ୪ ଜଣ ଛାତ୍ର ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ ଦୀପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ କାମେଶଙ୍କ ବାମ ହାତ ଭାଙ୍ଗିଯାଇଛି। ଧନେଶ ଓ ରୁଦ୍ର, ଯେଉଁମାନେ ବାଲବାଟିକାରେ ପାଠ ପଢ଼ୁଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।ଗ୍ରାମବାସୀଙ୍କ ସହଯୋଗରେ ଆହତ ଛାତ୍ରମାନଙ୍କୁ ତୁରନ୍ତ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ କାମେଶଙ୍କ ହାତ ଭାଙ୍ଗିଥିବାରୁ ତାଙ୍କୁ ଲମତାପୁଟ ଆଶାକିରଣ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ତିନି ଜଣ ଛାତ୍ର ସୁସ୍ଥ ଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଆମେ ଏହି ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ମହେଶ୍ଵର ସାହୁ ଙ୍କୁ ପଚାରିବାର ସେ କହିଛନ୍ତି ଏହି ବିପଦ ସଙ୍କୁଳ ଫାଟକ ପାଇଁ ବହୁବାର ନନ୍ଦପୁର ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଭାବେ ଜଣେଇଥିଲୁ ଏଠି ଆମର କଛି ଭୁଲ ନାହି ଵୋଲି ସେ କହିଛନ୍ତି ଅନ୍ୟ ପଟେ ଗାଁ ଲୋକେ କହିଛନ୍ତି ପାଚେରୀ ନଥାଇ ଏହି ବିପଦସଙ୍କୁଳ ଫାଟକର କାମ କଣ ଯଦି ଆଜି ଵଡ ଧରଣର କୈଣସି ଅଘଟଣ ଘଟିଥାନ୍ତା ଏଥି ପାଇଁ କିଏ ଦାୟୀ ରହିଥାନ୍ତେ । ଏବେ ମଧ୍ୟ ସ୍କୁଲ ନିକଟ ରେ ପୁରୁଣା ସ୍କୁଲଗୃହ ଓ ଶୈଚାଳୟ ବିପଦ ଜନକ ଭାବେ ଅଛି ।ସେ ପୁରୁଣା ଗୃହ କୁ ଭାଙ୍ଗିବା ସହ ଶୈଚାଳୟ ଓ ପାଚେରୀ ନିର୍ମାଣ ପାଇଁ ଦାଵି କରିଛନ୍ତି ଦୁର୍ଘଟଣା ଘଟିବା ପରେ ଦିନ ୧୨ : ୩୦ ମିନଟ ପର୍ଜ୍ୟନ୍ତ କୌଣସି ଉପରସ୍ତ ଅଧିକାରୀ ଘଟଣାସ୍ଥଳକୁ ପହଞ୍ଚିନଥିଲେ ଏ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ସେମାନେ ଘଟଣାର ତଦନ୍ତ ସହ ବିଦ୍ୟାଳୟର ଜରାଜୀର୍ଣ୍ଣ ଭିତ୍ତିଭୂମିର ଶୀଘ୍ର ମରାମତି ଓ ଦାୟୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାଵି କରିଛନ୍ତି। ଏହି ଘଟଣା ସମ୍ପର୍କରେ ଵିଇଓ ଭବାନୀ ନନ୍ଦନ ପଟନାୟକ ଙ୍କୁ ଫୋନ ମାଧ୍ୟମ ରେ ଯୋଗା ଯୋଗ କରିଥିଲୁ ଫୋନ ନ ଉଠେଇବାରୁ ତାଙ୍କ ପତିକ୍ରିୟା ମିଳି ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ