ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ଓଷ୍ଟା ବ୍ଳକ କମିଟି
ଆସିକା (ୱାଇଏନ୍ଏସ୍): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆସିକା ବ୍ଳକ କମିଟି ପକ୍ଷରୁ ୪ ଦଫା ଦାବୀ ପୂରଣ ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତଥା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆସିକା ବ୍ଳକ ସଭାପତି ତାରା ପ୍ରସାଦ ମିଶ୍ର ଓ ସଂପାଦକ ରାମକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ସଂଘର ବହୁ ସଦସ୍ୟ ଦୀର୍ଘ ଦିନର ନ୍ୟାୟୋଚିତ ତଥା ଯଥାର୍ଥ ଦାବୀ ପୂରଣ ଲାଗି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାପଡିଛି । ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଉଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସାଙ୍ଗକୁ ପେନସନ୍ ଓ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ, ଅବସର ବୟସସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା, ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ଗ୍ରେଡ୍ପେରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ନୂତନ ଓ ପୁର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ କରି ଶିକ୍ଷକ ନିଯୁକ୍ତି କରିବା, ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନଙ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଏବଂ ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ସ୍କିମ୍ର ପୁନଃ ପ୍ରଚଳନ ଦାବୀରେ ରାଜ୍ୟ ସଂଘର ଆହ୍ୱାନକ୍ରମେ ଆସିକା ବ୍ଳକ କମିଟି ଏହି ଶାନ୍ତିପୂର୍ଣ୍ଣ ଭାବେ ଅନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସଂଘର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଆସିକା ବ୍ଳକ କମିଟି ସଭାପତି ତାରାପ୍ରସାଦ ମିଶ୍ର, ସଂପାଦକ ରାମକୃଷ୍ଣ ପଣ୍ଡା, ସଂଘର ସକ୍ରିୟ ସଦସ୍ୟ ସତ୍ୟପ୍ରିୟ ରଥ, ପ୍ରମୋଦ କୁମାର ଗୌଡ, ପ୍ରଦୀପ କୁମାର ନାୟକ, ନବଘନ ବାଡତ୍ୟା, ସରୋଜକାନ୍ତ ମିଶ୍ର, ସୁବାସ ଚନ୍ଦ୍ର ବାଡତ୍ୟା, ଭଗବାନ ଗୌଡ, ନିରଞ୍ଜନ ପାତ୍ର, ଲକ୍ଷ୍ମୀକାନ୍ତ ବିଶୋୟୀ, ସିମାଞ୍ଚଳ ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଭାକର ପଣ୍ଡା, ସୂର୍ଯ୍ୟନାରାୟଣ ପାତ୍ର, ରାଜେନ୍ଦ୍ର ଡାକୁଆ, ଧ୍ରୁବ ଜେନା, ବୃନ୍ଦାବନ ନାହାକ, ଗଙ୍ଗାଧର ପ୍ରଧାନ, ଯୋଗେନ୍ଦ୍ର ଗୌଡ, ପ୍ରଫୁଲ ବେହେରା, ଖଲି ବେହେରା, ଭାସ୍କର ଚନ୍ଦ୍ର ସିୟ, ଡାକ୍ତର ଜେନା, ଏ.ପଦ୍ମନ ଦୋରା, ମଦନ ମୋହନ ବାଡତ୍ୟା, ଶିବ ଡାକୁଆ, ଭଗବାନ ନାୟକ, ପି.ଶ୍ୟାମବାବୁ ଦୋରା, ଲକ୍ଷ୍ମୀଧର ଶତପଥୀ, ସୁଶାନ୍ତ କୁମାର ହୋତା, ଗଙ୍ଗାଧର ମିଶ୍ର, ସୁରେନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ନାଇକଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଥିବା ଜଣାପଡିଛି । ରାଜ୍ୟ ସରକାର ସଂଘର ଦୀର୍ଘ ଦିନର ନ୍ୟାୟୋଚିତ ତଥା ଯୁକ୍ତିସଂଗତ ଓ ଯଥାର୍ଥ ଦାବୀ ପୂରଣ ଦିଗରେ ଯଦି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୧୬ ତାରିଖରେ ଶିକ୍ଷକ ଦାବୀ ଦିବସରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜନ କରାଯିବ ବୋଲିି ଓଷ୍ଟାର ଆସିକା ଶାଖା ସଭାପତି ତାରାପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।


