ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ପରାମର୍ଶକ୍ରମେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଗୁରବାର ସ୍ଥାନୀୟ ମିଶନ୍‍ ଶକ୍ତି ବିଭାଗର ସୁଭଦ୍ରା ଶକ୍ତି କେନ୍ଦ୍ର ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଓ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଶାନ୍ତିକରସୁଦ୍ଧା ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଏବଂ ଆୟୁଷ୍ମାନ୍‍ ଆରୋଗ୍ୟ କେନ୍ଦ୍ର ପଢାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜୟପୁରର ଆୟୁଷ୍‍ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସ୍ତନ୍ୟପାନ ଶିଶୁର ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ଭବିଷ୍ୟତର ପ୍ରଥମ ପଦକ୍ଷେପ ହୋଇଥିବାରୁ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜନ୍ମ ହେବାର ୧ ଘଣ୍ଟା ମଧ୍ୟରେ ଶିଶୁଙ୍କୁ ମାଆର ପ୍ରଥମ କ୍ଷୀର ଦେବା ଏବଂ ଜନ୍ମର ୬ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ କେବଳ ମାଆ କ୍ଷୀର ଦେବା ଓ ୬ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ମା କ୍ଷୀର ସହ ପରିପୂରକ ଖାଦ୍ୟ ଦେବାକୁ ପରାମର୍ଶ ଦେବା ସହ ମାଆର କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ ଖାଦ୍ୟ ବୋଲି ପ୍ରକାଶ କରିଥିଲେ । ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମିଶନ୍‍ ଶକ୍ତି ବିଭାଗର ଆସିକା ବ୍ଳକ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ (ବିପିସି) କିରଣ କୁମାର ସାହୁ, ବିଭାଗୀୟ କନିଷ୍ଠ କିରାଣୀ ସୁଚରିତା ବେହେରା, ଅଞ୍ଚଳ ପରିଦର୍ଶିକା ଦିପ୍ତୀ ଧୋବା, ରଂଜୁ ସ୍ୱାଇଁ, ବିଷ୍ଣୁପ୍ରିୟା ଜାନି, କୁମୁଦିନୀ ପାତ୍ର, ପ୍ରମିଳା ବିଷୋୟୀ, ସଂଯୁୁକ୍ତା ବେହେରା, ବୈଜୟନ୍ତି କହଁର, ଅଙ୍ଗନବାଡି କର୍ମୀ ଗୀତାଞ୍ଜଳୀ ପଣ୍ଡା, ସସ୍ମିତା ରାଢୀ, ସୁନିତା ପଣ୍ଡା, ଅନିତା ପଣ୍ଡା, ଆରତୀ ବେହେରା, ନିବେଦିତା ପଟ୍ଟନାୟକ, ଭାରତୀ ଗୌଡ, ନମିତା ଗୌଡ, ମନୋରମା ପଟ୍ଟନାୟକ, ଅରଣ୍ୟା କୁମାରୀ ବେହେରା, ବନିତା କୁମାରୀ ସାହୁ, ସଂଯୁକ୍ତା କୁମାରୀ ସାହୁ, ଦପା ନାହାକଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲା ବେଳେ ଏହି ଅବସରରେ ଏକ ସଚେତନତା ର‌୍ୟାଲି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲା । ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ଆସିକା ବ୍ଳକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ସିଡିପିଓ ଶାନ୍ତିକରସୁଦ୍ଧା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା, ଦେବଭୂମୀ, ବାଲିସିରା, ମଙ୍ଗଳପୁର, ମୁନିଗାଡି, ବାବନପୁର, ଖାରିଆ, ଭେଟନଇ, ଗହଙ୍ଗୁ, ଆସିକା ପୌର ପରିିଷଦ ଓ ଜୟପୁର ସେକ୍ଟର ଅଧୀନସ୍ଥ ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ