ରେଶମ ସହରରେ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର- ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ଗଞ୍ଜାମ ଜିଲ୍ଲା ଖଲିକୋଟ କଲେଜ ଖେଳ ପଡ଼ିଆ ପାଳିତ ହୋଇଯାଇଛି । ଏହି ଉପଖଣ୍ଡସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳୀତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ ନିଜର ଅଭିଭାଷଣରେ କହିଥିଲେ ଯେ,ଦେଶର ସର୍ବବୃହତ ଗଣତନ୍ତ୍ର ରଷ୍ଟ୍ର ଭାରତର ସମ୍ବିଧାନକୁ ପ୍ରତ୍ୟେକ ଲୋକମାନି ଚଳିବା ଉଚିତ୍ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ, ଆଡିସନାଲ ଏସ୍ପି ପ୍ରଭାତ ରାଉତରାୟ, ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ୟାରେଡରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଶଂ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ