ରାଇରଙ୍ଗପୁର ମାରଓ୍ବାଡି ମହିଳା ମୋର୍ଚ୍ଚା ସଂଗଠନ ପକ୍ଷରୁ ଜନରାଜ୍ୟ ଦିବସରେ ହସ୍ପିଟାଲ ରୋଗୀଙ୍କୁ ଫଳ ବଣ୍ଟନ
ରାଇରଙ୍ଗପୁର-ଆଜି ୭୧ ତମ ଜନରାଜ୍ୟ ଦିବସକୁ କାଶ୍ମୀରରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ସମଗ୍ର ଭାରତରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି । ସେହିଭଳି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଗ୍ରଣୀ ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ମାରଓ୍ବାଡି ମହିଳା ସଂଗଠନ’ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ପୂର୍ବାହ୍ନରେ ଜନରାଜ୍ୟ ଦିବସ ପାଳନ କରାଯାଇଥିଲା ପରେ ଅପରାହ୍ନରେ ରାଇରଙ୍ଗପୁର ହସ୍ପିଟାଲକୁ ସଂଗଠନର ସଦସ୍ୟା ମାନେ ରୋଗିମାନଙ୍କ ସହ ଦୁଃଖ ସୁଖ ପଚାରିବା ସହ ସମୟ କିଛି ସମୟ ବିତାଇଥିଲେ ।ପରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ ।ଏହି କାର୍ୟ୍ୟକ୍ରମରେ ସଂଗଠନ ନେତ୍ରୀ ପାରୁଲ ବାଗାଡିଆ,ଅନିତା କେଡିଆ,ନିଲୁ ଭୁତ,ସଂଜୁ ସାରଡା,,କଳାବତୀ ଜୈନ,ପ୍ରେମଲତା ଅଗ୍ରୱାଲ, ଏବଂ ଅନ୍ୟ ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ ।ମାରଓ୍ବାଡି ମହିଳା ସମିତିର ଏଭଳି କାମକୁ ରୋଗୀମାନେ ପ୍ରଶଂସା କରିଥିଲେ ।