ଆସନ୍ତା ତିନି ଦିନ ଧରି ଲାଗି ରହିବ ବର୍ଷା ପାଣିପାଗ ବିଭାଗ
ଆଜିଠାରୁ ଦୁଇ ଦିନ ଯାଏ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଏପରି କି ଦିନବେଳା ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ତେବେ ଆସନ୍ତା ୩ ତାରିଖରୁ ପୁଣିଥରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ବର୍ଷା ମାର୍ଚ୍ଚ ୩ରୁ ୩ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବୋଲି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛିାମାର୍ଚ୍ଚ ୪ରେ ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୪ ଓ ୫ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ପବନ ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛ ପାଣିପାଗ ବିଭାଗ ।