ଦେଶ ସୁରକ୍ଷାରେ ନିୟୋଜିତ ହେଲା ‘ଆଇଏନ୍ଏସ୍ ଇମ୍ଫାଲ୍’
ମୁମ୍ବାଇ(ଏଜେନ୍ସି): ଭାରତର ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର୍ ଜାହାଜ ‘ଆଇଏନ୍ଏସ୍ ଇମ୍ଫାଲ୍’କୁ ଦେଶ ସୁରକ୍ଷାରେ ନିୟୋଜିତ କରାଯାଇଛି । ଶନିବାର ଭାରତୀୟ ନୌସେନା ମୁଖ୍ୟ ସୁନୀଲ ଲାମ୍ବା ଆଇଏନ୍ଏସ୍ ଇମ୍ଫାଲକୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରୋଜେକ୍ଟ ୧୫ବି ଅଧିନରେ ଏହା ହେଉଛି ୩ୟ ଯୁଦ୍ଧପୋତ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଯୁଦ୍ଧପୋତ ଶତ୍ରୁପକ୍ଷର ଗାଇଡେଡ୍ ମିସାଇଲକୁ ଧ୍ୱଂସ କରିଦେବ । ପ୍ରାୟ ୩ଠ୩୭ଟନ୍ ଓଜନ ବିଶିଷ୍ଟ ଏହି ଯୁଦ୍ଧପୋତ ମୁମ୍ବାଇର ମାଜାଗାଁଓ ସ୍ଥିତ ଜାହଜ ନିର୍ମାଣକାରୀ କେନ୍ଦ୍ରରେ ଜଳାବତରଣ କରିଛି । ଶତ୍ରୁପକ୍ଷର ରାଡାରକୁ ଚକମା ଦେବାର କ୍ଷମତା ଏଥିରେ ରହିଛି । ସେହିପରି ଏଥିରେ ଏକାଧିକ ମଲଟିରୋଲ ହେଲିକପ୍ଟର ମଧ୍ୟ ରହିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏଥିରେ ଲାଗିଥିବା ଅସ୍ତ୍ରଶସ୍ତ୍ର ଓ ସେନସର । ଏଥିରେ ଭର୍ଟିକାଲ ଲଞ୍ଚ୍ ମିସାଇଲ ଲାଗିଛି, ଯାହାକି ଶତ୍ରୁପକ୍ଷର ମିସାଇଲ ଓ ବିମାନକୁ ଦୂରରୁ ଧ୍ୱଂସ କରିଦେଇପାରିବ । ଏଥିରେ ମଧ୍ୟ ମଲଟିଫଙ୍କସନାଲ ରାଡାର ଲାଗିଛି । ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଏହାର ନିର୍ମାଣ କରାଯାଇଛି । ଭାରତର ଜଳସୀମାର ସୁରକ୍ଷା ପାଇଁ ଏଗୁଡ଼ିକୁ ନିୟୋଜିତ କରାଯିବ ।