କ୍ରାନ୍ତି ତରଫରୁ ମେରିଜାନ୍ ହିନ୍ଦୁସ୍ଥାନ-୨୦୨୦ ପାଳିତ
ବ୍ରହ୍ମପୁର, ,( ଯୁଗାବ୍ଦ ନ୍ୟୁଜ୍):ସ୍ଥାନୀୟ ବ୍ରହ୍ମାନଗର ସ୍ଥିତ କ୍ଲାନ୍ତି ଅନୁଷ୍ଠାନ ତରଫରୁ ସ୍ୱାଧାରଣ ତନ୍ତ୍ର ଦିବସ ଅବସରରେ ସାଂସ୍କୃ୍ତିକ କାର୍ଯର୍୍ୟକ୍ରମ ମେରିଜାନ ହିନ୍ଦୁସ୍ଥାନ -୨୦୨୦ ସ୍ଥାନୀୟ ହିଲପାଟନା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃ୍ତି ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ଅତିଥିବୃନ୍ଦ ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରି୍ଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କାର୍ଯ୍ୟନିର୍ବାହି ନିର୍ଦେଶକ ଡକ୍ଟର ଦେବାନନ୍ଦ ଦାସଙ୍କ ଅଧକ୍ଷତା କରିଥ୍ôବା ବେଳେ ସଂଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତମାନର ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜେପିର ଗଂଜାମ ଜିଲ୍ଲା ସଭାପତି ବିଭୁତି ଜେନା, ଏସ୍ଏମ୍ ଆଇଟି ସଭାପତି ଡକ୍ଟର ଭଗବାନ ଗନ୍ତାୟତ ସମେତ ବହୁ ବରିଷ୍ଠ ଅଧକାରୀ ମାନେ ଯୋଗ ଦେଇଥିଲେ । ଏଥିସହ ପ୍ରମୁଖ ଅତିଥିମାନେ ଯୋଗ ଦେଇ ଜନରାଜ୍ୟ ଦିବସ ଉପରେ ଆଲୋକପାତ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଂପାଦନ ହୋଇଥିଲା । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କ୍ାର ସମେତ ମାନପତ୍ର ପ୍ରଦାନ କରିଥିଲେ । ଅନିଲ କୁମାର ସେଠୀ,ଦେବବ୍ରତ ଗୈାଡ,ଭାବନାଥ ସାହୁ, ମହେଶ ପାଢୀ, ସମେତ ବହୁ ସାଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


