ଆଦିବାସୀଙ୍କୁ କମ୍ବଳ ବାଣ୍ଟିଲେ ରାମୁ ପାଢିଆ ପରିବାର
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଲୌହଖଣି ଅଂଚଳର ମାଘ ମାସରେ ପ୍ରବଳ ଶୀତଳ ଲହରୀରେ ଜାଡରେ ଥରୁଛନ୍ତି ଶତ ପ୍ରତିଶତ ଆଦିବାସୀ ଅଧ୍ୟୁଷିତ କଟୁବାସୀ । ସେଠାରେ ଟେମ୍ପରେଚର ୯ ଡିଗ୍ରୀ ସେଲସିଅସ ।ଲୋକଙ୍କର ଦୂର୍ଦଷା ଦେଖି ବିଚଳିତ ରାମୁ ପାଣିଆ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ରାମୁ ପାଢିଆ ପରିବାର ପବିତ୍ର ୭୧ ତମ ଜୟନ୍ତୀ ଦିବସ ଅବସରରେ ଗୋରୁମହିଷାଣୀ ଲୌହ ଖଣି ଅଂଚଳର ନିପଟ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ କଟୁପିଟ ଗାଁର ୧୫୦ ଲୋକଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରି ନିଆରା ଢଙ୍ଗରେ ପାଳିଥିଲେ ।ଏହି କାର୍ୟ୍ୟକ୍ରମରେ ରାଇରଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା ,ଯୁବ କଂଗ୍ରେସ ନେତା ଡାଣ୍ଠ ସାନ୍ତାଳ, ସମାଜସେବୀ ପବନ ଅଗ୍ରୱାଲ ପ୍ରମୁଖ ଯାଇ ଏହି ମହତ କାର୍ୟ୍ୟକ୍ରମରେ ସାମିଲ ହୋଇ ଶୀତ ପିଡୀତାଙ୍କୁ କମ୍ବଳ ବଣ୍ଟନ କରିଥିଲେ ।