ବିଷ ପିଇ ବୃଦ୍ଧ ଙ୍କ ଆତ୍ମହତ୍ୟା
ବେଲଗୁଣ୍ଠା – ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଆମ୍ବପୁଆ ଗ୍ରାମର ଭଗବାନ ବାଡତ୍ୟା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ରବିବାର ରାତିରେ ଖାଇସାରି ସପରିବାର ପ୍ରତିଦିନ ଭଳି ଶୋଇ ଥିଲେ । କନ୍ତୁ ମଧ୍ୟରାତ୍ରି ରେ ଭଗବାନ ବାନ୍ତି କରୁଥିବା ଦେଖି ପରିବାର ଲୋକେ ଗୁରୁତର ଅବସ୍ଥାରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ଭଞ୍ଜନଗର ସ୍ଥାନାନ୍ତରିତ କରାଯାଇଥିଲା । ସୋମବାର ଭୋର ସମୟରେ ଭଗବାନଙ୍କ ମୃତ୍ୟୁ ହୋଇଥିଲା ଜଣାପଡିଛି । ବେଲଗୁଣ୍ଠା ପୋଲିସ ଖବର ପାଇ ଭଗବାନଙ୍କ ଶବକୁ ଜବତ କରିବା ସହ ୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇ ପରିବାର କୁ ଶବ ହସ୍ତାନ୍ତର କରିଯାଇଥିବା ଏ ଏସ୍ଆଇ କୃଷ୍ଣ ଚନ୍ଦ୍ର ସେଠୀ ସୂଚନାଦେଇଛନ୍ତି । ପ୍ରକାଶ ଥାଉ କି, ଗତ କିଛି ମାସ ହେବ ଭଗବାନ ରୋଗାକ୍ରାନ୍ତ ହେବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇ ଘରକୁ ଆଣିଥିଲେ । ସେ ରୋଗାଗ୍ରସ୍ତ ହେବାରୁ ପ୍ରତ୍ୟେକ ଦିନ କଷ୍ଟ ଅନୁଭବ କରୁଥିଲେ । କଷ୍ଟ ଅସହ୍ୟ ହେବାରୁ ସେ ଏହିପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ପ୍ରକାଶ କରିଛି ।


