ତିହାର ଜେଲରେ ଦିଆଯାଉଛି ଯୌନ ନିର୍ଯାତନା
ନୂଆଦିଲ୍ଲୀ : ତିହାର ଜେଲ୍ରେ ଯୌନ ନିର୍ଯାତନା ଦିଆଯାଉଛି। ଏଭଳି ଅଭିଯୋଗ ଆଣିଛି ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ସିଂ। ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ମୁକେଶ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଛି । ୨୦୧୩ରୁ ତିହାର ଜେଲରେ ବନ୍ଦୀ ରହିଥିବା ମୁକେଶ ସହିତ ନିୟମିତ ଭାବରେ ଏପରି କରାଯାଉଥିବା ଅଭିଯୋଗ କରାଯାଇଛି । ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଯିବା ସହିତ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି ।


