ଏକାଡେମୀକ୍ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ସୋମବାର ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡେମୀକ୍ ଇଣ୍ଟରନ୍ୟାସନାଲ ସ୍କୁଲର ୫ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଗ୍ରୁପ୍ ନିର୍ଦ୍ଦେଶକ(ଏଚ୍‌.ଆର ଏଣ୍ଡ ପ୍ଲାନିଂ), ଇନଟେଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଡି.ଆର.ଡି.ଓ) ଚାନ୍ଦିପୁରର ବୈଜ୍ଞାନିକ ଚିତ୍ତ ରଞ୍ଜନ ଓଝା, ମୁଖ୍ୟ ବକ୍ତା ଭାବେ ଆଗରପଡା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ.ନାରାୟଣ ସେନାପତି, ପରିଚାଳନା ନିର୍ଦ୍ଦେଶକ ଦୌତାରୀ ଚରଣ ପତି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଗେମ୍‌, ସ୍ପୋଟ୍ସ୍‌, ଆର୍ଟ, ପ୍ରିଣ୍ଟିଂ, ରଙ୍ଗୋଲି, ଭଲିବଲ୍‌, କ୍ୟାରେମ ଆଦି ବିଭିନ୍ନ ପ୍ରତିଯୋଗିତାରେ ୩୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ