ମୁହାଣ ବ୍ଳକ୍ ସ୍ତରୀୟ ଶିଶୁ କର୍ମଶାଳା ଓ ସମାରୋହ

ମୁହାଣ ବ୍ଳକ୍ ସ୍ତରୀୟ ଶିଶୁ କର୍ମଶାଳା ଓ ସମାରୋହ
ମୁହାଣ ବ୍ଳକ୍ ସ୍ତରୀୟ ଶିଶୁ କର୍ମଶାଳା ଓ ସମାରୋହ

ମୋହନା ,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ସ୍ଥାନୀୟ ବାଳକ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍କଣରେ ବ୍ଲକ ସ୍ତରୀୟ ଶିଶୁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ , ମୁଖ୍ୟବକ୍ତା ବିଡିଓ ବଂଶିଧର ଖୋସଲା ଯୋଗ ଦେଇ୍‌ଥିବା ବେଳେ ସମ୍ମାନୀତ ଅତିଥିଭାବେ ଅଡବା ଜିଲ୍ଲା ଜୋନ ପରିଷଦ ସଭ୍ୟ ବାଳକୃଷ୍ଣ ମଲିକ,ନିର୍ମଲ ପାଲ, ରା.ଉଦୟଗିରି ସମିତି ସଭ୍ୟ ୟାକୁବ ମାଝି, ଯୁବକ ସଂଘ ସଂପାଦକ ଜିତେନ୍ଦ୍ର େ ବହେରା ଉପସ୍ଥିତିରେ ଅଂଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହିତ କାର୍ଯ୍ୟକ୍ରମରେ ବହୁ କୃଷକ ଓ ଶ୍ରମିକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହ ଶ୍ରମିକ ସଂଘର ୭୧ ତମ ସ୍ୱାଧିନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବରେ ମୋହନା ଥାନା ଏସଆଇ ଲଳିତ ସାଗର ପତାକା ଉତୋଳନ କରିଥିବା ବେଳେ ମୁଖ୍ୟବକ୍ତ ଭାବେ ବନ ବିଭାଗ ଅଧିକାରୀଣି କଳ୍ପନା ନାୟକ ଉପସ୍ଥିତ ରହି ସମସ୍ତ ଶ୍ରମିକ ମାନଙ୍କୁ ଅଂଚଳର ଶିକ୍ଷା ଓ ବିକାଶ ଉପରେ ଆଲୋକପାତ କରିଥିଲେ । ଶେଷରେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ଏଥିରେ ଶ୍ରମିକ ସଂଘର ସଭାପତି ଭଜନାରାୟଣ ସାହୁ, ଉପସଭାପତି ଧନୁ ନାୟକ, କୋଷାଧକ୍ଷ କାଳିଆ ପାତ୍ର,ବିକି ପାତ୍ର,ଉପସଭାପତି ଧନୁନାୟକ,ସମେତ ବହୁ ଶ୍ରମିକ ଉପସ୍ଥିତ ରହିଥିଲେ । ମୋହନାରେ ଲକ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିଶିଘ୍ର ଖୋଲିବା ପାଇଁ ବିଧାୟକଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ