ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ
ଛତ୍ରପୁର-: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଅଗ୍ରଗତି ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନୁଦାନ ମାର୍ଚ୍ଚ ୩୧ ସୁଧା ଖର୍ଚ୍ଚ ନକଲେ ତାହା ଫେରିଯିବ ତେଣୁ ଏହା ଖର୍ଚ୍ଚ କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଆରଡ଼ି ବିଭାଗ ପକ୍ଷରୁ ହେଉଥିବା କାମର ମାନ ଠିକ୍ ନଥିବା ବେଳେ ଠିକ୍ ଭାବେ ମନିଟିଂ କରିବାକୁ ଜିଲ୍ଲାପାଳ କହିଛନ୍ତି । ରାସ୍ତା ନିର୍ମାଣର ୫ ବର୍ଷ ପର୍ଯ୍ୟନ୍ତ ମରାମତି ଠିକ୍ ଭାବେ ନକଲେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଏହା ସହିତ ଏହି ସଡ଼କ ଯୋଜନା କାର୍ଯ୍ୟ ବେଳେ ଯେକୌଣସି ସମସ୍ୟା ଉପୁଜିଥିବ ତାହାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ କନା ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବିତ୍ର କୁମାର ସାହ. ଡ଼େପୁଟି କଲେକ୍ଟର ଡ. ଦିବ୍ୟଲୋଚନ ମହନ୍ତଙ୍କ ସମେତ ଆରଡ଼ି ବିଭାଗର ଯନ୍ତ୍ରୀ ଓ ଠିକାଦାରମାନେ ଉପସ୍ଥିତ ଥିଲେ ।