ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର,(ଯୁଗାବ୍ଦ ନୁ୍‌୍ୟଜ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା, ଭୁବେନଶ୍ୱର ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ସ୍ଥାନୀୟ ଚନ୍ଦ୍ରଶେଖରପୁର ମା’କାଳୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଅବସରପ୍ରାପ୍ତ କର୍ମଚାରୀ ସଂଘମାନଙ୍କର ଦୁଃଖ ଦୁର୍ଦ୍ଦଶା, ପେନ୍‌ସନ, ଗ୍ରାଚ୍ୟୁଇଟି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇ ନବନିଯୁକ୍ତ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ଏଥିରେ ବିଶ୍ୱନାଥ ମହାନ୍ତି ସଭାପତି, ଧୀରେନ ମଲ୍ଲିକ ଉପସଭାପତି, ଦିଲ୍ଲୀପ ମିଶ୍ର ସାଧାରଣ ସମ୍ପାଦକ, ଚକ୍ରଧର ସାହୁ ସହ ସମ୍ପାଦକ, ନିରଞ୍ଜନ ପୃଷ୍ଟି କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ଜ୍ଞାନ ରଞ୍ଜନ ମହାନ୍ତି, ପ୍ରହଲ୍ଲାଦ ଜେନା ଏବଂ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଶକ୍ତିପ୍ରସନ୍ନ ନାୟକ, ଶରତ ରାଉତ, ଗୌରୀ ଦେଇ, ସାଧୁଚରଣ ସେଠୀ, ପିତାମ୍ବର ବିଶ୍ୱାଳ, ପ୍ରମୋଦ ଜେନା, ଶ୍ୱେତ ବାରିକଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ଅନ୍ୟ ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ