ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧୀଜୀଙ୍କ ମହାପ୍ରୟାଣ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବାପୁଜୀଙ୍କ ତ୍ୟାଗ,ଆଦର୍ଶ ଓ ଜନସେବା ଉପରେ ଗୁରୁତ୍ୱାରୋପ କରାଯାଇ ପ୍ରତ୍ୟେକ ବ୍ୟକ୍ତି ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କୁ ସେବା କରନ୍ତୁ ବୋଲି ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରଳା ନଗର କଂଗ୍ରେସ କମିଟି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଟିତ ହୋଇଥିବା ବେଳେ କଂଗ୍ରେସ ନେତା ଗୌତମ ପଣ୍ଡା,ଇଶ୍ୱର ମାଝି,ବାବୁଲି ସାହୁ ପ୍ରମୁଖଙ୍କ ସହ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।


