ବୁଗୁଡା ଥାନା ଆମ ପୋଲିସ ସମିତି ବୈଠକ

ବୁଗୁଡା – ଆମ ପୋଲିସ ସମିତିର ବୈଠକ ବୁଗୁଡା ଥାନା ପରିସରରେ ଗୁରୁବାର ଦିନ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୋଲସରା ଛକ ଠାରୁ ମାଛ ବଜାର ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ଗୃହୀତ ହେବା ସହ ଗ୍ରୀଷ୍ମ ଋତୁକୁ ଆଖି ଆଗରେ ରଖି ବୁଗୁଡା ସହରର ସମସ୍ତ ନଳକୂପ ଓ ଷ୍ଟାଣ୍ଡପୋଷ୍ଟର ଟ୍ୟାପ ଗୁଡିକୁ ସଜାଡ଼ିବା, ସମସ୍ତ ବିଜୁଳି ଖୁଣ୍ଟରେ ଆଲେକର ସୁବ୍ୟବସ୍ଥା କରିବା ପାଇଁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା । ମେଡିକାଲରେ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ଯୋଗାଇ ଦେବାକୁ ମେଡିକାଲ ଅଫିସରଙ୍କୁ କହିବାକୁ ସ୍ଥିର ହେବାସହ ଆସନ୍ତ ଫେବୃୟାରୀ ୧୯ ତାରିଖରେ ତାକରଡ଼ା ଗ୍ରାମ ପଞ୍ଚାୟତରରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରିବାକୁ ଆଲୋଚନା କରିବାକୁ ସ୍ଥିର ହୋଇଥିଲା । ଏସ ଆଇ କାର୍ତ୍ତିକ ନାୟକ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ। ଥାନାର ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ