ମାନବାଧିକାର ନ୍ୟାୟ ସୁରକ୍ଷା ପରିଷଦ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭାରତୀୟ ମାନବାଧିକାର ନ୍ୟାୟ ସୁରକ୍ଷା ପରିଷଦ ଗଂଜାମ ଶାଖା ତରଫରୁ ଶନିବାର ଭଂଜନଗର ସହରର ନୂତନ ବସଷ୍ଟାଣ୍ଡ ଓ ଚତୁପାଶ୍ୱର୍ର ସଫେଇ କରିଛନ୍ତି । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ସାକାର କରିବା ସହ ଦୋକାନୀ ମାନଙ୍କୁ ପ୍ରତିଦିନ ସଫା ସୁତରା ରଖିବା ସହ ଡଷ୍ଟବିନରେ ଅଳିଆ ଆବର୍ଜନା ବାହାରେ ନଫୋପାଡି ସଂଗୃହିତ କରି ସ୍ଥାନ ପରିଷ୍କାର ରଖିବାକୁ ପରାମର୍ଶ ଦେଇଥିଲେ । ଏଥି ସହ ସମସ୍ତ ଦୋକାନୀ ମାନଙ୍କୁ ପଲିଥିନର ବ୍ୟବହାର ନକରିବାକୁ ଲୋକମାନଙ୍କୁ ସଚେତନ କରିଥିଲେ ।, ଉକ୍ତ କାର‌୍ୟ୍ୟକ୍ରମ ରେ ଭାରତୀୟ ମାନବାଧିକାର ନ୍ୟାୟ ସୁରକ୍ଷା ପରିଷଦ , ଗଞ୍ଜାମ ଶାଖା ର ସଭାପତି ଏସ. ଦୁର୍ଗା ମାଧବ ଆଚାରୀ, ସମ୍ପାଦକ ରାଜେଶ କୁମାର ନାୟକ, ଅନ୍ୟାନ୍ୟ ସଦସ୍ୟ ପ୍ରସାଦ କୁମାର ଆଚାରୀ, ବେଣୁଧାର ସାହୁ, ଶିବାନନ୍ଦ ମହାପାତ୍ର, ରବୀନ କୁମାର ସାହୁ ପ୍ରମୁଖ ବ୍ୟକ୍ତି ମାନଙ୍କ ସହିତ ଭଞ୍ଜନଗର ଶାଖା ଉପ ସଭାପତି ବଜେନ୍ଦ୍ର କୁମାର ପାଣିଗ୍ରାହୀ ମଧ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ