ଲୋମ ଟାଙ୍କୁରାଇ ଦେଉଛି ‘ଭୂତ’ର ଟିଜର
ବଲିଉଡ୍ ଅଭିନେତା ଭିକ୍କି କୌଶଲଙ୍କ ବହୁପ୍ରତୀକ୍ଷିତ ସିନେମା ‘ଭୂତ ପାର୍ଟ ୱାନ୍: ଦ ହଣ୍ଟେଡ୍ ଶିପ୍’ର ଟିଜର ରିଲିଜ୍ ହୋଇଛି। ରିଲିଜ୍ ହେବା ମାତ୍ରେ ଫିଲ୍ମର ଟିଜର ରିଲିଜ୍ ହେବା ପରେ ସୋସାଲ ମିଡିଆରେ ଛାଇ ଯାଇଛି। ୫୮ ସେକେଣ୍ଡର ଏହି ଭିଡ଼ିଓ ଟିଜର ଦେଖି ଆପଣଙ୍କ ଲୋମ ଟାଙ୍କୁରି ଯିବ। ଟିଜରରେ ଭିକ୍କି ହାତରେ ଟର୍ଚ୍ଚ ଧରି ଏହା ଜାହାଜ ଭିତରେ ନଜର ଆସୁଛନ୍ତି। ଏହି ସମୟରେ ସେ ରକ୍ତରେ ଜୁଡ଼ୁବୁଡ଼ୁ ହାତର ଚିହ୍ନ ଅନେକ ସ୍ଥାନରେ ଦେଖୁଛନ୍ତି। ଏହି ହାତ ଚିହ୍ନକୁ ଅନୁସରଣ କରି ଭିକ୍କି ଏକ କୋଠରୀରେ ପହଞ୍ଚୁଛନ୍ତି। ଏହି କୋଠରୀର କାନ୍ଥରେ ଭିକ୍କି ନିଜ ସ୍କେଚ୍ ହୋଇଥିବା ଦେଖିବାକୁ ପାଉଛନ୍ତି। ଅଚାନକ କାନ୍ଥ ମଧ୍ୟରୁ ଅନେକଗୁଡ଼ିଏ ହାତ ବାହାରୁଛି ଓ ଭିକ୍କିଙ୍କୁ ଧରି କାନ୍ଥ ଭିତରକୁ ଟାଣି ନେଉଛନ୍ତି। ଏହାପରେ ଭିକ୍କି ଜୋର୍ରେ ଚିତ୍କାର କରିବା ଶୁଣିବାକୁ ମିଳୁଛି। ଫିଲ୍ମର ଏହି ଟିଜର ଏତେ ଭୟଙ୍କର ହୋଇଛି, ତେବେ ଏହାର ଟ୍ରେଲର ଓ ଫିଲ୍ମ କେତେ ଭୟଙ୍କର ହୋଇଥିବ ଅନୁମାନ କରାଯାଇପାରେ। ଏହି ଟିଜର ସହିତ ଟ୍ରେଲରର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରାଯାଇଛି। ଏହି ଫିଲ୍ମର ଟ୍ରେଲର ୩ ଫେବ୍ରୁଆରୀରେ ରିଲିଜ୍ ହେବାକୁ ଯାଉଛି। ଧର୍ମା ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଭିକ୍କିଙ୍କ ସହିତ ଭୂମି ପେଦନେକର ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦେଶନା ଭାନୁ ନାମକ ଜଣେ ନୂଆ ନିର୍ଦେଶକ ଦେଉଛନ୍ତି। ଫେବ୍ରୁଆରୀ ୨୧ ତାରିଖରେ ଏହି ସିନେମା ରିଲିଜ୍ ହେବାକୁ ଯାଉଛି।