ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡରେ ଅକ୍ଷୟ

ଟିଭିର ଟପ୍‌ ସର୍ଭାଇଭଲ ଶୋ’ ମଧ୍ୟରେ ଅନ୍ୟତମ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ହୋଷ୍ଟ ବିଅର ଗ୍ରିଲ୍ସ ଆଜିକାଲି ଭାରତର ଜଙ୍ଗଲରେ ସମୟ ବିତାଉଛନ୍ତି। ଏପରିସ୍ଥଳେ ତାଙ୍କ ସହିତ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଜଙ୍ଗଲରେ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଡଭେଞ୍ଚରରେ ଯିବା ପରେ ବିଅର ଗ୍ରିଲ୍ସ ସୁପରଷ୍ଟାର୍‌ ରଜନୀକାନ୍ତ ଓ ଖିଲାଡ଼ି ହିରୋ ଅକ୍ଷୟ କୁମାରଙ୍କ ସହିତ ନିଜ ଶୋ’ର ନୂଆ ଏପିସୋଡ୍‌ ନେଇ ଆସୁଛନ୍ତି। ନିକଟରେ ବିଅର ଗ୍ରିଲ୍ସ ସୁପରଷ୍ଟାର ରଜନୀକାନ୍ତଙ୍କ ସହିତ ନିଜ ଶୋ’ର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭ ଏଣ୍ଡ ନ୍ୟାସନାଲ ପାର୍କରେ କରିଥିଲେ। ଏବେ ଅକ୍ଷୟ କୁମାରଙ୍କ ଏପିସୋଡ୍‌ର ଶୁଟିଂ ମଧ୍ୟ ପୂରା ହୋଇଗଲାଣି। ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ଶୁଟିଂ ସମୟରେ ଅକ୍ଷୟ କୁମାର ଓ ବିଅର ଗ୍ରିଲ୍ସଙ୍କ ଫଟୋ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅକ୍ଷୟ କୁମାର ଓ ବିଅର ଗ୍ରିଲ୍ସ ଜଙ୍ଗଲରେ ଅଫିସିଆଲ ଲୋକଙ୍କ ସହିତ ଦେଖିବାକୁ ମିଳୁଛନ୍ତି। ଅକ୍ଷୟ ଖାକି କାର୍ଗୋ ପ୍ୟାଣ୍ଟ ସହିତ ଅଲିଭ୍‌ ଗ୍ରୀନ୍‌ ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛି। ଅକ୍ଷୟ ଓ ବିଅର ପାଖାପାଖି ୬ ଘଣ୍ଟା ଏହି ଜଙ୍ଗଲରେ ଏକାଠି ବିତାଇ ଥିଲେ। ଅକ୍ଷୟଙ୍କ ପ୍ରଶଂସା କରି ବିଅର ଟ୍ବିଟ୍‌ କରି ଲେଖିଛନ୍ତି ଯେ ସେ ଜଣେ ଉତ୍ତମ ବ୍ୟକ୍ତିତ୍ବ। ଫ୍ୟାମିଲ୍‌ ପର୍ସନ, ବହୁତ ଦୟାଳୁ ଓ ଦୃଢ଼ ଲକ୍ଷ ଥିବା ବ୍ୟକ୍ତି ହେଉଛନ୍ତି ଅକ୍ଷୟ। ମିଳିଥିବା ସୂଚନାନୁସାରେ ଏହାପରେ ଦୀପିକା ପାଦୁକୋନ ଓ ବିରାଟ କୋହଲିଙ୍କ ସହିତ ବିଅର ଗ୍ରିଲ୍ସ ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ଶୁଟିଂ କରିବାକୁ ଯାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ