ପଞ୍ଚମ ଟି୨୦ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ
ମାଉଣ୍ଟ ମାଉଁଗାନୁଇ- ପଞ୍ଚମ ତଥା ଅନ୍ତିମ ପଞ୍ଚମ ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଏହି ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଦଳରେ ଅନ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ମଧ୍ୟ ଏହି ମ୍ୟାଚ୍ରେ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଟିମ୍ ସୌଦିଙ୍କ ନେତୃତ୍ୱ ନେଉଛନ୍ତି । ହେଲେ ସିରିଜର ପୂର୍ବ ୪ଟି ମ୍ୟାଚ ଜିତି ୪-୦ରେ ଆଗୁଆ ଥିବା ଭାରତୀୟ ଦଳ ପାଖରେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ସିରିଜ କ୍ଲିନ ସ୍ୱିପ କରିବାର ସୁଯୋଗ ରହିଛି ।ମିଳିଥିବା ସୂତନାଅନୁସାରେ ଇଣ୍ଡିଆ ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍ର ବିଜୟ ଲକ୍ଷ୍ୟ ରଖିଛି ।


