ମନଶୀଳାରେ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ
ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ମନଶୀଳା ଗ୍ରାମରେ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମ୍ୟାଚ ରବିବାର ଦିନ ଉଦ୍ଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ ଯୋଗଦେଇଥିଲେ। ଏହି କ୍ରିକେଟ ଟୁର୍ଣାମେଣ୍ଟରେ ୧୬ ଟି ଟିମ୍ ଯୋଗଦେଇଥିବା ବେଳେ, ଉଦ୍ଘାଟନୀ ମ୍ୟାଚ ଡିମିରିଆ ଟିମ୍ ଓ କଷିପଡା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ କଷିପଡା ଟିମ୍ ବିଜୟୀ ହୋଇଥିଲା।


