ଓମଫେଡ୍ ଘେରିବ ରାଜଧାନୀ
ଭୁବନେଶ୍ୱରର,(ଯୁଗାବ୍ଦ ନ୍ୟୁଜ୍): ରାଜଧାନୀ ବୁଥ ଓମଫେଡ ସଂଘ ପକ୍ଷରୁ ସ୍ଥାୟୀ ଯାଗା ଯୋଗାଇ ଦେବାପାଇଁ ଓମଫେଡ ନିର୍ଦ୍ଦେଶକ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ । ରାଜଧାନୀ ଓମଫେଡ ବୁଥ ଏଜେଣ୍ଟ ସଂଘ ତରଫରୁ ଗୁରୁ କେଳୁଚରଣ ପାର୍କଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜଧାନୀର ସମସ୍ତ ବୁଥ ଏଜେଣ୍ଟମାନେ ଯୋଗଦେଇ ଦୀର୍ଘଦିନ ହୋଇଆସୁଥିବା ସ୍ଥାୟୀ ଜାଗା ପ୍ରଦାନ, କ୍ଷୀର ଉପରେ ଅଧିକ କମିଶନ ଓ ଅତ୍ୟଧିକ ଲିକେଜ କ୍ଷୀର ପ୍ୟାକେଟକୁ ବନ୍ଦ କରିବା ପ୍ରଭୃତି ଦାବି ଗୁଡିକ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା । ପ୍ରକାଶ ଥାଉକି ରାଜଧାନୀରେ ଓମଫେଡ ବୁଥ ମାଧ୍ୟମରେ ବହୁ ଏଜେଣ୍ଟ ନିଜର ପରିବାର ଭରଣ ପୋଷଣ କରୁଛନ୍ତି । ଓମଫେଡ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରୁଥିବା ବେଳେ । ଓମଫେଡ ଜାତୀୟ ଦ୍ରବ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାର ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଏଜେଣ୍ଟ ମାନଙ୍କୁ ଓମଫେଡ ହଇରାଣ ହରକତ କରୁଅଛି । କେତେବେଳେ ଲିକ୍ କ୍ଷୀର ଦେଉଛି ତ କେବେବେଳେ ନିର୍ଦ୍ଦିଷ୍ଟ ସ୍ଥାନରେ ବିକ୍ରିକରୁଥିବା ବୁଥ୍କୁ ଭାଙ୍ଗି ଦିଆଯାଉଛି । ଏ ନେଇ ସଂଘ ପକ୍ଷରୁ ସ୍ଥାୟୀ ସ୍ଥାନ ଦେବାକୁ ସରକାରଙ୍କ ପାଖରେ ବାରମ୍ବାର ଦାବି ହୋଇ ଆସୁଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହାକୁ କେହି କର୍ଣ୍ଣପାତ କରୁନାହାନ୍ତି । ଆଜି ପୁନର୍ବାର ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହାର ସମାଧାନ ନହେଲେ ଆଗାମୀ ଦିନରେ ଓମ୍ଫେଡ୍ ଫ୍ୟାକ୍ଟ୍ରୀ ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି କରାଯାଇଛି । ଆଜି ଏକ ପ୍ରତିନିଧି ଦଳ ଯାଇ ଓମ୍ଫେଡ୍ ପରିଚାଳକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।