ଉତ୍କଳ ଗୈାରବ ମଧୁସୂଦନଙ୍କୁ ଶ୍ରଦ୍ଧାଞ୍ଜଳି

ଯାଜପୁର,-: ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କର ପବିତ୍ର ମହାପ୍ରୟାଣ ତିଥିରେ ଜିଲ୍ଲାପ୍ରଶାସନ, ଯାଜପୁର ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଚ୍ଥନ୍ତି । ମଧୁବାବୁଙ୍କର ୮୭ ତମ ପବିତ୍ର ମହାପ୍ରୟାଣ ତିଥିରେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ପତଞ୍ଜଳୀ ଯୋଗ ସମିତିର କାର୍ଯ୍ୟକର୍ତ୍ତା ମାନେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ମଧୁବାବୁ ଓଡିଆ ଜାତିର ଅସ୍ମିତାର ପ୍ରତୀକ ଥିଲେ । ତାଙ୍କର ଅବଦାନ ଓ ତ୍ୟାଗ ଯୋଗୁ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ୧୯୩୬ ମସିହାରେ ଗଠିତ ହୋଇଥିଲା । ଓଡିଆ ଭାଷା ଓ ଓଡିଶା ପ୍ରତି ତାଙ୍କର କର୍ତ୍ତବ୍ୟ ନିଷ୍ଠା ଚୀର ଅମର ହୋଇ ରହିଥିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଏହି ଅବସରରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମାଜସେବୀ ନିଶିଥ ଦାସ, ଯୋଗ ଗୁରୁ ମନ୍ମଥ କୁମାର ସାମଲ, ଗୋପୀନାଥ ସେଠୀ, ସୁବାଷ ତ୍ରିପାଠୀ, ପରମାନନ୍ଦ ତ୍ରିପାଠୀ, ଶରତ ମହାପାତ୍ର, ସରୋଜ କୁମାର ଜେନା, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ, ରବିନ୍ଦ୍ର ମହାରଣା, ମଧୁସ୍ମିତା ରଥ, ସୃତି ମହାପାତ୍ର, ପଦ୍ମିନୀ ରାଉତ, ରେଣୁବାଳା ବିଶ୍ୱାଳ, ଅକ୍ଷୟ କୁମାର ଦାସ, ଶିବାନୀ ପରିମାର୍ଜିତା ପତି, ଅର୍ଚ୍ଚିତା ପତି, ସତ୍ୟବ୍ରତ ମହାନ୍ତ, ଦେବେନ୍ଦ୍ର କୁମାର ସେଠୀ, ବିଶ୍ୱନାଥ ସାହୁ, ଶ୍ରୀନିବାସ ସାହୁ, ହୃଷିକେଶ ନାଥ, ସୁରେନ୍ଦ୍ର କୁମାର ମିଶ୍ର, ଶରତ ଚନ୍ଦ୍ର ମହାପାତ୍ର, ସରୋଜ କୁମାର ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ