ତୁର୍କୀ ରେ ବିମାନ ଦୁର୍ଘଟଣା ୩ ଯାତ୍ରୀଙ୍କ ମୃତ୍ୟୁ

ଇସ୍ତାନବୁଲ :- ବୁଧବାର ରାତିରେ ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍ୱେରେ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୭୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀ ଗୁରୁତର ଥିବା ଜଣାପଡ଼ିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇସ୍ତାନ୍ବୁଲ୍  ରେ ଗୋକେନ୍ ବିମାନ ବନ୍ଦରରେ ଅବତରଣ କରିବା ପରେ ପେଗାସସ୍ ଏୟାର୍ଲାଇନ୍ସ୍ ରେ ଗୋଟାଏ ବିମାନ ଓଦା ରନ୍େଓ୍ଵରୁ ଖସଡ଼ି ଯାଇ ତିନି ଫାଳ ହୋଇ ଯାଇଛି । ଦୁର୍ଘଟଣା ପରେ ଦମକଳ ବାହିନୀ, ମେଡିକାଲ ଟିମ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ସୂତନାଅନୁସାରେ ଯାତ୍ରୀ ବିମାନ ‘ପେଗାସସ ଏୟାରଲାଇନ୍ସ’ ଇଜମିରରୁ ଆସିଥିଲା । ଏଥିରେ ୧୮୩ ଜଣ ଯାତ୍ରୀ ଥିଲେ । ଏତଦ ବ୍ୟତୀତ ତୁର୍କୀର ଏହି ବିମାନରେ ୬ ଜଣ ବିମାନ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ବୋଲି ତୁର୍କୀ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ