ସାମୁଦ୍ରିକ ତଟ ସୁରକ୍ଷା ବୈଠକ

ଛତ୍ରପୁର-: ଗଂଜାମ ଜିଲ୍ଲାର ସମୁଦ୍ର ତଟ ଦେଇ ବାହ୍ୟ ଅନୁପ୍ରବେଶ କୁ କିପରି ରୋକା ଯ୍ଧବପାରିବ ଏଥି ପାଇଁ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସମୁଦ୍ରତଟକୁ ସୁରକ୍ଷିତ ରଖିବାପାଇଁ ଆର୍ଯ୍ୟପଲ୍ଲୀ ଏବଂ ସୁନାପୁର ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଅଧିକ କ୍ରିୟାଶୀଳ ହେବାକୁ କୁହାଯାଇଥିଲ।। ଗୋପାଳପୁରରେ ଥିବା ହୋଟେଲ ଗୁଡିକର ଅନ୍ତେବାସୀ ମାନଙ୍କୁ ଯାଞ୍ଚ କରାଯିବ । ଗଂଜାମ ଉପକୂଳରେ ୧୬ଗୋଟି ସ୍ଥାନରେ ମାଛ ଧରା ଡଙ୍ଗା ଅବତରଣ କରୁଥିବା ଅଂଚଳ ଗୁଡିକ ଉପରେ ତୀକ୍ଷ୍‌ଣ ନଜର ରଖାଯିବ । ସମସ୍ତ ମାଛ ଧରା ଡଙ୍ଗା ଗୁଡିକୁ ରେଜଷ୍ଟ୍ରେସନ କରାଯିବ ଏବଂ ସେଥିରେ ସ୍ପଷ୍ଟ ଭାବେ ରେଜଷ୍ଟ୍ରେସନ ନମ୍ବର ଲେଖାଯିବ । ଅଦ୍ୟାବଧି ୩୨ହଜାର ମତ୍ସ୍ୟଜିବୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଆବଶ୍ୟକସ୍ଥଳେ ଅଧିକ ପରିଚୟ ପତ୍ର ଦେବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ମତ୍ସ୍ୟବିଭାଗ ସଚେତନତା କାର୍ଯ୍ୟକ୍ରମ ବଳବତ୍ତର ରଖିବେ । ଏଥିରେ ପୁଲିସ ଏବଂ ଅଂଚଳର ତହସିଲଦାର ମାନଙ୍କୁ ସାମିଲ କରିବେ । ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ପକ୍ଷରୁ ସମୁଦ୍ର ଭିତରେ ପେଟ୍ରୋଲିଂ କରିବା ନିମନ୍ତେ ବୋଟ୍ ଯୋଗାଇଦିଆଯାଇଛି । ସମୁଦ୍ର ଅଂଚଳରେ ପେଟ୍ରୋଲିଂ କରିବା ନିମନ୍ତେ ମାତ୍ର ତାହା କାର୍ଯ୍ୟକାରୀ ହେଉନାହିଁ । ଏନେଇ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ କହିଛନ୍ତି ଯେ ଚେନେଲା କ୍ଲିଅର ନଥିବା ଯୋଗୁଁ ବୋଟ୍ ସମୁଦ୍ର କୁ ଯାଇପାରୁନାହାଁ ଡ୍ରେଜିଙ୍ଗ କରିଲେ ବୋଟ୍ ସମୁଦ୍ର କୁ ଭିତରକୁ ଯିବ । ଏସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଗଂଜାମ ଏସପି ଏବଂ ଗଂଜାମ ଜିଲ୍ଲାପାଳ ମିଳିତ ଭାବେ ଏକ ଚିଠି ଡ୍ରେଜିଂ ସଂପର୍କିତ ଗୃହ ବିଭାଗ କୁ ଲେଖାଯିବା ଏଥି ନିମନ୍ତେ ଆଜିର ପ୍ରୋସେଡିଙ୍ଗରେ ଲେଖାହେଲ।। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଗଂଜାମ ତହସିଲଦାର ଅବନି କୁମାର ସାହୁ, ଚିକିଟି ତହସିଲଦାର ରାଜକିଶୋର ଜେନା, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଡ କଲେକ୍ଟର ଲିଲନ ସାହୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞା ପରିମିତା ଥାଟେଇ, ସୁନାପୁର ସାମୁଦ୍ରିକ ଥାନା ଅଧିକାରୀ ଗୈାରାଙ୍ଗ ଚନ୍ଦ୍ର ସାହୁ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ସମିଷ୍ଠା ପ୍ରଧାନ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ୟାମ ପ୍ରସାଦ ପଣ୍ଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ