୫ ଟି ଜିଲ୍ଲାରେ ୩୦ ରୁୁୁୁ ୪୦ କିମି ବେଗରେ ପବନ : ସତର୍କ କଲା ପାଣିପାଗ ବିଭାଗ

ରାଜ୍ୟର ୫ ଟି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ୫ ଟି ଜିଲ୍ଲା ମଧ୍ୟରୁ ଗୋଟିଏ କିମ୍ଭା ଦୁଇଟି ସ୍ଥାନରେ ଝଡ ବର୍ଷା ହେବା ସହ କାଳବୈଶାଖି ହେବାର ସମ୍ଭାବନା ରହିଛି । ସାଟେଲାଇଟ ଚିତ୍ର ଓ ଡପ୍ଲର ରାଡାର ସୂଚନା ଆଧାରରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି । ଆଜି ରାତି ମଧ୍ୟରେ ରାୟଗଡା ,କୋରାପୁଟ ,କନ୍ଧମାଳ ,ଗଞ୍ଜାମ ,ଗଜପତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ବଜ୍ରଘାତ ଆଶଙ୍କା ଥିବାରୁ ପାଣିପାଗ ବିଭାଗ ତରଫରୁ ପଦାକୁ ନବାହାରିବାକୁ ପାଣିପାଗ ବିଭାଗ ନିର୍ଦେଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ