କନ୍ଦରା ରାଜଦରବାର ଓ ତୁଳସୀ ବିବାହ ମହୋତ୍ସବ ୧୫ ଓ ୧୬ତାରିଖକୁ ଘୁଁଚିଲା
କେନ୍ଦ୍ରାପଡା : କନ୍ଦରା ରାଜ ଦରବାର ଓ ତୁଳସୀ ବିବାହ ମହୋତ୍ସବକୁ ଚଳିତମାସ ୧୫ ଓ ୧୬ତାରିଖକୁ ଘୁଁଚାଇ ଦିଆଗଲା । ଏହି ଅବସରରେ ମହୋତ୍ସବ କମିଟିର ସଭାପତି ରଞ୍ଜିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମହିପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପାଗର ପ୍ରତିକୂଳତା ଯୋଗୁ ଚଳିତମାସ ୮ ଓ ୯ ତାରିଖରେ ହେବାକୁଥିବା ମହୋତ୍ସବକୁ ଫେବୃୟାରୀମାସ ୧୫ ଓ ୧୬ ତାରିଖକୁ ଘୁଁଚାଇ ଦିଆଯାଇଛି । ଏହି ବୈଠକରେ କନ୍ଦରା ରାଜ ଦରବାର ଓ ତୁଳସୀ ବିବାହ ମହୋତ୍ସବ କମିଟିର କାର୍ଯ୍ୟକାରୀ କମିଟି ସଭ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଟା ସୁବାଷ ଚନ୍ଦ୍ର ସ୍ୱାଇଁ,କାର୍ଯ୍ୟକାରି ସଭାପତି ବିଜୟ କୁମାର ପତି,ଉପସଭାପତି ସୁଜିତ କୁମାର ବଳ,ସାଧାରଣ ସମ୍ପାଦକ ଗଣେଶ୍ୱର ସାହୁ,ସହସମ୍ପାଦକ ଉମାକାନ୍ତ ଜେନା,ସହକାରୀ ସାଂସ୍କୃତିକ ସମ୍ପାଦକ ଦୀପକ କୁମାର ସାହୁ,ପତ୍ରୀକା ସମ୍ପାଦକ ଶୁଭାଂଶୁ କୁମାର ଦାସ,ପ୍ରାକ୍ତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ,ମହମ୍ମଦ ଆକବର ଅଲ୍ଲୀ,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକାରି କମିଟିର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ ।