ଜଳିଗଲା ୫୦ ହଜାର ଟଙ୍କାର ଧାନ
ପୁରୀ (ଯୁଗାବ୍ଦ ନ୍ୟୁଜ୍): ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ପଞ୍ଚାୟତର ପକ୍ଷୀମୁଣ୍ଡ ଗ୍ରାମର ଲାଲୁ ବେହେରାଙ୍କ ବାରିରେ ଥିବା ଧାନ କଳେଇ ଗଦାରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ହଜାର ଟଙ୍କାର ଧାନ ପୋଡି ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ କର୍ମଚାରୀ ମନୋଜ ପାତ୍ର ଓ ରୋହିତ ନାୟକ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ ।


