ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀରେ ସାମୁହିକ ମାଲ୍ୟାର୍ପଣ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ନାରୀକବି ଉତ୍କଳ ଭାରତୀ ଡଃ.କୁନ୍ତଳା କୁମାରୀ ସାବତଙ୍କ ୧୧୯ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର ଅର୍ବାନବ୍ୟାଙ୍କ ମୁଖ୍ୟଶାଖା ସନ୍ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କୁନ୍ତଳା କୁମାରୀ ସାବତ ପ୍ରତିଭା ସମିତି ଆନୁକୁଲ୍ୟରେ ଶନିବାର ପୂର୍ବାହ୍ନରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ ପ୍ରଫେସର ନନ୍ଦ କିଶୋର ପରିଡା, ସମିତିର ସଭାପତି ଆଇନଜୀବି କୁଞ୍ଜବିହାରୀ ପରିଡା, ସମ୍ପାଦକ ଆଶୁକବି ହେମନ୍ତ କୁମାର ଜେନା, ପରିବେଶବୀତ କାଶୀନାଥ ରାଉତରାୟ, ସମାଜସେବୀ ସ୍ମୃତିରଞ୍ଜନ ଦ୍ୱିବେଦୀ, ଶିକ୍ଷକ ଶୁଭାଂଶୁ କୁମାର ଦାସ, ଉମାକାନ୍ତ ଜେନା, ବିମଳ ପ୍ରସାଦ ପରିଡା, ସତ୍ୟପ୍ରିୟ ଦାସ, କୈଳାସ ଚନ୍ଦ୍ର ବାରିକ, ତମସା ପାତ୍ର, ବିଜୟ କୁମାର ସାହୁ, ପଦ୍ମନାଭ ବେହେରା, ରଞ୍ଜନ କୁମାର ରଣା, ପ୍ରଦିପ କୁମାର ନାୟକ ପ୍ରମୁଖ ଉତ୍କଳ ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ