ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ପୋଲସରା,(ଯୁଗାବ୍ଦ ନ୍ୟୁଜ୍‌): ପୋଲସରା ବ୍ଲକ ଅନ୍ତର୍ଗତ ଭାବରଡ଼ା ଓ ଗୋଛାବାଡି ପଞ୍ଚାୟତରେ ରବିବାର ଦିନ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରିଥିବା ଜଣାପଡିଛି । ଭାବରଡ଼ା ଗ୍ରାମର କୋଠ ଗୃହ ଓ ରୋଷେଇ ଗୃହ, ଲୁଣିଆପଡ଼ା ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ଓ ରୋଷେଇ ଗୃହ, ଜୋକବନ୍ଧ ଗ୍ରାମର ଯାତ୍ରୀ ବିଶ୍ରାମାଗାର, ପାଲବା ଗ୍ରାମର ଯାତ୍ରୀ ବିଶ୍ରାମାଗାରକୁ ବିଧାୟକ ଉଦଘାଟନ କରିଥିବା ବେଳେ ଗୋଛାବାଡି ଗ୍ରାମର କଲ୍ୟାଣି ମଣ୍ଡପ ଓ ହନୁମାନ ମୂର୍ତ୍ତୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା ଏବଂ ଉଭୟ ପଞ୍ଚାୟତର ସରପଞ୍ଚଙ୍କ ସମେତ ଅନ୍ୟାନ ଲୋକ ପ୍ରତିନିଧି ଓ ଗ୍ରାମବାସୀ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ