ଟିକ୍‌ଟକ୍‌ ଉଜାଡ଼ିଦେଲା ସଂସାର

ବେଙ୍ଗାଲୁରୁ : ବର୍ତ୍ତମାନ ଦେଶରେ ଟିକ୍‌ଟକ୍‌ ଯୁବପିଢିଙ୍କ ପାଇଁ ମନୋରଞ୍ଜନର ଜରିଆ ହୋଇଥିବା ବେଳେ ଏହାକୁ ନେଇ ବେଙ୍ଗାଲୁରୁର ଏକ ଦମ୍ପତ୍ତି ଅଲଗା ହୋଇଛନ୍ତି । ୨୦୦୮ରେ ବିବାହ କରିଥିବା ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ଅସିମ୍‌ ଏବଂ ଆୟେଶା (ଉଭୟ ଛଦ୍ମନାମ)ଙ୍କ ବିବାହ ହୋଇଥିବା ବେଳେ ଆୟେଶା ଅସିମ୍‌ଙ୍କୁ ଛାଡପତ୍ର ଦେଇଛନ୍ତି । ଅସିମଙ୍କୁ ନିଜ ପତ୍ନୀଙ୍କ ଭିଡିଓ ପୋଷ୍ଟ ପସନ୍ଦ ନଥିଲା । ପ୍ରଥମରୁ ଅସିମ ଅସନ୍ତୁଷ୍ଟ ହୋଇଥିବା ବେଳେ ଆୟେଶା ଲୁଚାଇ ଟିକ୍‌ଟକ୍‌ରେ ଭିଡିଓ ବନାଉଥିଲେ । ଅସିମ ସାଉଦି ଆରବରେ ନିଜର ଚାକିରି ଛାଡି ବେଙ୍ଗାଲୁରୁ ମଧ୍ୟ ପଳାଇ ଆସିଥିଲେ । ମାତ୍ର ପରେ ନିଜ ଘରେ ତିଆରି କରିଥିବା ଭିଡିଓରୁ ଆୟେଶା ଧରା ପଡିଯାଇଥିଲେ । ଏହାପରେ ଟିକଟକ୍‌ ଛାଡିବା ପାଇଁ ଆୟେଶାଙ୍କ ଉପରେ ଅସିମ୍‌ ଚାପ ପକାଇଥିଲେ । ମାତ୍ର ନିଜ ଲକ୍ଷାଧିକ ଟିକ୍‌ଟକ୍‌ ଫଲୋଅରଙ୍କୁ ଛାଡିବା ବଦଳରେ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ଆୟେଶା । ଉଲ୍ଲେଖଯୋଗ୍ୟ ଯେ, ତିନି ବର୍ଷ ପୂର୍ବରୁ ଟିକ୍‌ଟକ୍‌ ମୋହରେ ପଡିଥିଲେ ଆୟେଶା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ