ଘନ ଘନ ଚୋରି ଦୁର୍ବୃତର ଟେର ପାଉନି ପୋଲିସ

ନାଉଗାଁ (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ଥାନା ଅନ୍ତର୍ଗତ ଅଲଣା ପଂଚାୟତର ଅଲଣାହାଟ, ମୁଣ୍ଡାଳ ବଜାର ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରୁ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହେଉଛି । ଏହି ପଂଚାୟତରେ ବିଶେଷ କରି ଅଲଣାହାଟ ଓ ମୁଣ୍ଡାଳ ବଜାରରୁ ଦୀର୍ଘ ୧୧ ମାସ ମଧ୍ୟରେ ୧୨ ଥର ଚୋରି ହୋଇଥିବା ଅଭିଯୋଗରୁ ଜଣାଯାଇଛି । ପୋଲିସ ଦୁର୍ବୃତଙ୍କ ଟେର ପାଉ ନଥିବାରୁ ସ୍ଥାନୀୟ ଅଂଚଳରେ ପୋଲିସର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରିଛି । ଅନ୍ୟପଟରେ ନାଉଗାଁ ଥାନାରେ ଆଇଆଇସି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । କିନ୍ତୁ କାର୍ଯ୍ୟରେ ଯୋଗ ଦେବାର ସପ୍ତାହ ନପୁରୁଣୁ ଅଲଣାହାଟରେ ଆଉ ଏକ ଚୋରୀ ହୋଇଥିବା ଲୋଟସ ପ୍ଳେ ସ୍କୁଲର ଅଧ୍ୟକ୍ଷା ରୀତା ସାହୁ ଥାନାରେ ସୋମବାର ଲିଖିତ ଅଭିଯୋଗ କରିଛନ୍ତି । ଯାହାକି ନାଉଗାଁ ଥାନା ଆଇଆଇସିଙ୍କ ପାଇଁ ବଡ ଚ୍ୟାଲେଂଜର ବିଷୟ ପାଲଟିଛି ।ଉକ୍ତ ସ୍କୁଲର ମୁଖ୍ୟ ଫାଟକରେ ଝୁଲୁଥିବା ତାଲାକୁ କେହି ଦୃର୍ବୁତ ଭାଙ୍ଗିବା ସହିତ ସ୍କୁଲ କାର୍ଯ୍ୟାଳୟ କବାଟରେ ଝୁଲୁଥିବା ତାଲା ଭାଙ୍ଗି ଦେଇ କାର୍ଯ୍ୟାଳୟରେ ଥିବା କମ୍ପୁଟରକୁ ଚୋରି କରି ଯାଇଥିବା ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି । ନାଉଗାଁ ଥାନା ପକ୍ଷରୁ ଅଭିଯୋଗ ପାଇବା ପରେ ଏଏସଆଇ ଅଶୋକ କୁମାର ମହାନ୍ତି ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଏ ସଂକ୍ରାନ୍ତରେ ୨୪/୨୦୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।ପ୍ରକାଶଯୋଗ୍ୟ ଯେ ଏହି ବଜାରରେ ଅଲଣା ପଂଚାୟତ କାର୍ଯ୍ୟାଳୟର ଫାଟକର ତାଲା ଭଙ୍ଗା ଯାଇ କମ୍ପୁଟର ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚୋରି ହେବା, ପ୍ରାଣୀଧନ ସହାୟତା କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପଂଚାୟତ କାର୍ଯ୍ୟାଳୟ, ଅଲଣା ସେବା ସମବାୟ ସମିତି, ଅରଖପାରୀ ଉଠା ଜଳସେଚନରୁ ସୋଲାର ପମ୍ପସେଟ,ମୁଣ୍ଡାଳ ବଜାରରେ ଥିବା ଟ୍ରକର ଚକା ଚୋରି,କଳଘରେ ଥିବା ଟିଭି ଓ ବ୍ୟାଟେରୀ, ଗ୍ରେଟ ଆଇଟିଆଇରୁ କମ୍ପୁଟର,ମୁଣ୍ଡାଳ ପ୍ରକାଶ ସ୍ୱାମୀଙ୍କ ଘରୁ ବାଇକ ଚୋରୀ, ମୁଣ୍ଡାଳ ନିକଟରେ ଥିବା ଫାର୍ମ ହାଉସ ଆଦିରୁ ବାରମ୍ବାର ଚୋରୀ ହେଉଥିବା ଥାନାରେ ଅଭିଯୋଗ କରାଯାଇଛି । ଏ ସଂର୍ପକରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ