ଗାଡି ଡିକିରୁ ଦୁଇ ଲକ୍ଷ ଚୋରୀ
ନାଉଗାଁ(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ଗୋଲେଖ ନାୟକଙ୍କ ସ୍କୁଟି ଡିକିରୁ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିବା ଗୋଲେଖ ସୋମବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗୋଲେଖ ନାଉଗାଁ ଷ୍ଟେଟ ବ୍ୟାଙ୍କ ଶାଖାରୁ ତାଙ୍କ ଜମାଖାତାରୁ ୨ଲକ୍ଷ ଟଙ୍କା ଉଠାଇ ଥିଲେ । ସେଠାରୁ ସେ ନାଉଗାଁ ବଜାରରେ ଥିବା କାଠ ଦୋକାନକୁ କଥା ହେବା ପାଇଁ ରାସ୍ତା ପାଶ୍ୱର୍ରେ ଗାଡିଟିକୁ ରଖି ଯାଇଥିଲେ କିନ୍ତୁ ଗାଡିରେ ଚାବିଟି ଲାଗି ରହିଥିଲା । କଥା ହେଉଥିବା ସମୟରେ ଜୈନିକ ବ୍ୟକ୍ତି ତାଙ୍କ ଗାଡିକୁ ବାହାର କରିବା ପାଇଁ ଗୋଲେଖଙ୍କ ଗାଡିକୁ କିଛି ବାଟ ଗଡାଇ ନେଇଥିଲେ । ଗୋଲେଖ କଥା ହୋଇ ଘରକୁ ଗାଡି ନେଇ ଯାଇଥିଲେ । ଘରେ ପହଂଚି ଟଙ୍କା ପାଇଁ ଗାଡି ଡିକି ଖୋଲି ଦେଖିଲା ବେଳକୁ ଡିକିରେ ଟଙ୍କା ନଥିବା ଦେଖିଥିଲେ । ଏହାକୁ ନେଇ ଗୋଲେଖ ନାୟକ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତଦନ୍ତ ଚାଲିଥିବା ଏଏସଆଇ ଆଶୋକ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।


