୧୯ ଠାରୁ ମାଟ୍ରିକ୍ ପରୀକ୍ଷା: ୧୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୨୫୮୯ ପରୀକ୍ଷାର୍ଥୀ

ବନ୍ତ- (ଯୁଗାବ୍ଦନ୍ୟୁଜ) : ଆସନ୍ତା ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହେବାକୁ ଥିବା ବେଳେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନ ପତ୍ରରେ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ୧୨ଟା ୪୫ରେ ଶେଷ ହେବ । ଚଳିତ ବର୍ଷ ବନ୍ତ ବ୍ଲକର ୧୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୫୮୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି । ସେଥିମଧ୍ୟରୁ ୨୫୧୩ ଜଣ ଏଚ୍‌.ଏସ୍‌.ସି ପରୀକ୍ଷା ଦେବାକୁ ଥିବା ବେଳେ ୭୬ ଜଣ ମଧ୍ୟମା ପରୀକ୍ଷା ଦେବେ । ୧୪ଟି ପରୀକ୍ଷା କେନ୍ଦ୍ର ପାଇଁ ବନ୍ତ ଓ ଆଗରପଡା ୨ଟି ନୋଡାଲ ସେଣ୍ଟର କରାଯାଇଛି । ପ୍ରତ୍ୟେକ ନୋଡାଲ ସେଣ୍ଟର ଅଧିନରେ ୭ଟି ପରୀକ୍ଷା କେନ୍ଦ୍ର ରହିଛି । ୧୪ଟି ପରୀକ୍ଷା କେନ୍ଦ୍ର ମଧ୍ୟରେ ଆଗରପଡା ସରକାରୀ ବାଳିକା ହାଇସ୍କୁଲ କେନ୍ଦ୍ରରେ ୧୯୭, ଆଗରପଡା କୃଷ୍ଣ ଚରଣ ବିଦ୍ୟା ମନ୍ଦିର କେନ୍ଦ୍ରରେ ୧୪୬, ଅଣିଜୋସ୍ଥିତ ସିନ୍ଧୁକେଶ୍ୱର ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୭୦, ଅଢାଳପଙ୍କସ୍ଥିତ କୃପାସିନ୍ଧୁ ହାଇସ୍କୁଲ କେନ୍ଦ୍ରରେ ୧୬୦, ଗଣିଜାଙ୍ଗ ନେହେରୁ ନୋଡାଲ ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରେ ୧୫୭, ଓଡଙ୍ଗସ୍ଥିତ ସତୀସାବିତ୍ରୀ ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରେ ୧୮୬, କାଦବରାଙ୍ଗ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୬୯, ବନ୍ତ ହାଇସ୍କୁଲ କେନ୍ଦ୍ରରେ ୧୫୬, ଟିଲୋ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୩୧୬, ନିଳୋକ ହାଇସ୍କୁଲ କେନ୍ଦ୍ରରେ ୨୧୮, ଷେଣ୍ଢତୀରା ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ କେନ୍ଦ୍ରରେ ୨୭୮, ଗୋବିନ୍ଦପୁରସ୍ଥିତ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୯୩, କେନ୍ଦୁଆପଦା ନୋଡାଲ ହାଇସ୍କୁଲ କେନ୍ଦ୍ରରେ ୧୬୭ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିସହ ବନ୍ତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୭୬ ଜଣ ପରୀକ୍ଷାର୍ଥୀ ସଂସ୍କୃତ ମଧ୍ୟମା ପରୀକ୍ଷା ଦେବେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ