ରାମନାୟକଡିଆ ପ୍ରାଥମିକସ୍କୁଲ ମିଶ୍ରଣକୁ ନେଇ ତୀବ୍ର ଅସନ୍ତୋଷ, ପଦକ୍ଷେପ ପାଇଁ ଦାବି

କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଉପସ୍ଥାନ ହ୍ରାସକୁ ନେଇ ସେହି ସ୍କୁଲକୁ ୨କିଲୋମିଟର ଦ୍ୱରରେ ଥିବା ଅନ୍ୟଏକ ସ୍କୁଲ ସହିତ ମିଶ୍ରଣ କରାଯାଇଛି । କିନ୍ତୁ ଛୋଟ ଛୋଟ ପିଲାମାନେ ସର୍ବଦା ଭାରିଯାନ ଚଳପ୍ରଚଳରେ ବ୍ୟସ୍ତ ରହୁଥିବା ମୁଖ୍ୟ ରାସ୍ତାକୁ ଅତିକ୍ରମକରି ଏତେଦ୍ୱର ଯାଇ ପାଠପଢିବା ଅସମ୍ଭବ ହୋଇପଡିଥିବା ସମ୍ପର୍କରେ ଅଭିଭାବକ ଓ ଗ୍ରାମବାସୀମାନେ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିଶେଷରେ ନିରାଶ ହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ଏ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ପ୍ରଦାନ କରିନଥିବାରୁ ଏହି ସମସ୍ୟାର କୈାଣସି ସମାଧାନ ହୋଇପାରି ନାହିଁ । ଅନ୍ୟ ପକ୍ଷରେ ରାମନାୟକଡିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବେସରକାରୀ ସ୍କୁଲ ଖୋଲିବାକୁ ଶିକ୍ଷା ବିଭାଗ ତିନିବର୍ଷ ତଳେ ଅନୁମତି ପ୍ରଦାନ କରିବାରୁ ଏହି ସରକାରୀ ସ୍କୁଲରେ ଛାତ୍ର ଉପସ୍ଥାନ ହ୍ରାସ ପାଇଥିଲା । ଏବେ ସେହି ବେସରକାରୀ ସ୍କୁଲରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ସେଠାରୁ ଆସି ସରକାରୀ ପ୍ରାଥମିକ ସ୍କୁଲରେ ନାମଲେଖାଇବାକୁ ପ୍ରସ୍ତୁତ ଥିବାବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ହେତୁ ଅଭିଭାବକମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହିତ ସେମାନେ ମଙ୍ଗଳବାର ପୂର୍ବାହ୍ନରେ ସ୍କୁଲ ପରିସରରେ ଏକ ବୈଠକ ଦୀନବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମାଜସେବୀ ଡଃ. ଗଦାଧର ମଲ୍ଲିକ, ରଥ ନାୟକ, ନରେନ୍ଦ୍ର ଧଳ, କାମଦେବ ନାୟକ, ରାଜେନ୍ଦ୍ର କୁମାର ନାୟକ, ବିଶ୍ୱମ୍ବର ନାୟକ, ତ୍ରିଲୋଚନ ନାୟକ, ଅଜାମ୍ବର ନାୟକ, ନାରଦ ବିଶ୍ୱାଳ, ଗଗନ ମାହାଲିକ, ହିମାଂଶୁ ବିଶ୍ୱାଳ ପ୍ରମୁଖ ଛାତ୍ର ଅଭିଭାବକମାନେ ଯୋଗଦେଇ ଆଲୋଚନା କରିବା ପରେ ୫-ଟି ସଚିବଙ୍କ ଉଦେଶ୍ୟରେ ତୁରନ୍ତ ଏହି ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିବେଦନ କରିଥିଲେ । ଦୀନେଶ କୁମାର ନାୟକ, ବାବାଜୀ ମଲ୍ଲିକ, ରସାନନ୍ଦ ନାୟକ, ନରେନ୍ଦ୍ର କୁମାର ଧଳ, ରାଜେନ୍ଦ୍ର କୁମାର ଧଳ, ମନୋଜ କୁମାର ପରିଡା, ମେଘନାଦ ନାୟକ, ଜଚିନ୍ଦ୍ର ନାୟକ, ବିଦ୍ୟାଧର ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ