ସୁଷମା ସ୍ୱରାଜଙ୍କ ନାମରେ ନାମିତ ହେଲା ପ୍ରବାସୀ ଭାରତୀୟ କେନ୍ଦ୍ର
ନୂଆଦିଲ୍ଲୀ:- ଗୁରୁବାର ଦେଶର ଦୁଇଟି ପ୍ରମୁଖ ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ରାଜନୀତିରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ନାମରେ ଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରକୁ ପୁନଃ ନାମକରଣ କରାଯିବା ସହ ସ୍ୱରାଜ ଭବନ ନାମରେ ନାମିତ କରାଯାଇଥିବା ବେଳେ ବିଦେଶ ସେବା ପ୍ରତିଷ୍ଟାଙ୍କୁ ସୁଷମା ସ୍ୱରାଜ ବିଦେଶ ସେବା ପ୍ରତିଷ୍ଠାନ ଭାବେ ନାମିତ କରାଯାଇଛି । ବିଦେଶ ସେବା ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଦେଶ ଓ ଦେଶବାସୀଙ୍କ ସେବାରେ ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ କୂଟନୀତିର ଅନନ୍ୟ ପ୍ରଦର୍ଶନ ସ୍ୱରୂପ ପ୍ରବାସୀ ଭାରତୀୟ କେନ୍ଦ୍ର ଏବଂ ବିଦେଶ ସେବା ପ୍ରତିଷ୍ଠାନର ନାମ ପରିବର୍ତ୍ତନ କରାଯାଇ ସୁଷମା ସ୍ବରାଜଙ୍କ ନାମରେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି । ସୂଚନାଥୀଉକି । ଆସନ୍ତା କାଲି ହେଉଛି ସୁଷମା ସ୍ୱରାଜଙ୍କ ଜନ୍ମ ଜୟନ୍ତୀ ।


