ଗୋକୁଳଧାମରେ ଭାଗବତ ସପ୍ତାହ
ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- କୁମ୍ଭ ସଂକ୍ରାନ୍ତି ଉପଲକ୍ଷେ ଗୁରୁବାର ଗୋକୁଳଧାମରେ ଭାଗବତ ସପ୍ତାହର ଚତୁର୍ଥ ଦିନରେ ସଂଧ୍ୟାରେ ପୂଜାଆଳତୀ ସହ ଠାକୁରଙ୍କୁ ବେଢା ପରିକ୍ରମା କରିବାପରେ ମାରୁତି ସତସଙ୍ଗ ଭକ୍ତ ମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ କରାଯାଇଥିଲା । ପରେ ଭାଗବତ ବକ୍ତା ହରିହର ଦାସ ଭାଗବତ ପ୍ରବଚନ ପ୍ରଦାନ କରିଥିଲେ । ଶେଷରେ ସହଦେବ ପାତ୍ର ଶାନ୍ତି ପାଠ କରିଥିଲେ । ଏହା କାର୍ଯ୍ୟକ୍ରମରେ ମନ୍ଦିରର ଜଗନ୍ନାଧ ରାଉତଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।


